ଚୀନ ସୀମାରେ ସହିଦ ୨୦ ଯବାନଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 16, 2020

ଚୀନ ସୀମାରେ ସହିଦ ୨୦ ଯବାନଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ

ବାଲିଗୁଡ଼ା/ରାଇରଙ୍ଗପୁର (ଅଜିତ ନାୟକ/ରାଜେଶ ଶର୍ମା): ଚୀନ ସୀମାରେ ସହିଦ ହୋଇଥିବା ୨୦ଜଣ ଭାରତୀୟ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ସେମାନେ ହେଲେ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ୍।

ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା। ତାଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଅରପାଙ୍ଗାରେ। ୬ ବର୍ଷ ତଳେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଚନ୍ଦ୍ରକାନ୍ତ ‘ବିହାର ୧୬-ରେଜିମେଣ୍ଟ’ରେ ଥିଲେ। ୨ ବର୍ଷ ହେଲା ସେ ଲଦାଖରେ ଡ୍ୟୁଟି କରୁଥିଲେ। ସୋମବାର ରାତିରେ ସେ ସହିଦ ହୋଇଥିଲେ।

ଚନ୍ଦ୍ରକାନ୍ତ ସହିଦ ହେବା ପରେ ତାଙ୍କ ବାପାମା’ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ବାପା କହିଛନ୍ତି, ଚନ୍ଦ୍ରକାନ୍ତ ମୋ ବଡ଼ପୁଅ ଥିଲା। ସେ ଘରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲା। ପୁଅକୁ ହରାଇ ଆମେ ବାପାମାଆ ଦୁହେଁ ଭାଙ୍ଗି ପଡିଛୁ।

ସେ କହିଛନ୍ତି, ପୁଅ ସହିଦ ହୋଇଥିବା ନେଇ କାଲି ସନ୍ଧ୍ୟା ବେଳେ ଖବର ପାଇଥିଲୁ। ସୁବେଦାର ଡିସି ପ୍ରଧାନଙ୍କୁ ଫୋନ୍ କରି ପୁଅ ସହିଦ ହୋଇଯାଇଛି ବୋଲି ଜାଣିଥିଲୁ।

ଏ ସମ୍ପର୍କରେ ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଭଉଣୀ ଅଲିମା ପ୍ରଧାନ କହିଛନ୍ତି, ସେ ଆମ ବାପା, ଭାଇ ହୋଇକି ଥିଲା। ସବୁ ଭଲମନ୍ଦ ବୁଝୁଥିଲା। ଶେଷରେ ଦେଶ ପାଇଁ  ଜୀବନ ଦେଲା। ୧ ତାରିଖରେ ଶେଷ ଥର ପାଇଁ କଥା ହେଇଥିଲି। ଏହାପରେ ଭାଇର ମୃତ୍ୟୁ ଖବର ଆସି ପହଞ୍ଚିଲା।

ସବୁବେଳେ ଶତ୍ରୁ ସହ ଲଢ଼ିବାକୁ ପ୍ରସ୍ତୁତ ରହୁଥିବା ଭାଇ ସେଦିନ ବହୁତ ଚିନ୍ତାରେ ଥିଲା। ସେଦିନ ଠିକ୍‌ଠାକ୍‌ କଥା ହୋଇଥିଲେ ମଧ୍ୟ ଯୁଦ୍ଧ ଚାଲିବ ବୋଲି କହିଥିଲା। ୧୪ ଜଣିଆ ଟିମ୍‌ ଫ୍ଲାଇଟ ଉଡ଼ାଇବାକୁ ସିଲେକ୍ଟ ହୋଇଥିବା ବେଳେ ସେ ମଧ୍ୟ ସେଥିରେ ଥିବା ସହ ୩ ଥର ଫ୍ଲାଇଟ୍‌ ଉଡ଼ାଇ ସାରିଲିଣି ବୋଲି କହିଥିଲା।

ଏହାପରେ କିପରି ଅଛୁ ବୋଲି ପଚାରିବାରୁ ଭଲରେ ଅଛି ବୋଲି କହୁଥିଲେ ମଧ୍ୟ ପ୍ରଥମ ଥର ପାଇଁ ସେଦିନ ସେ ବହୁତ କାନ୍ଦିଥିଲା। ରାଗିକି କିଛି କହି ଦେଇଥିଲେ ମୋ ତରଫରୁ ସାନ ଭଉଣୀମାନଙ୍କୁ କ୍ଷମା ମାଗିଦେବୁ , ଘରେ ସମସ୍ତଙ୍କୁ ଭଲରେ ଦେଖିବୁ ବୋଲି ମୋତେ କହିଥିଲା । ଏହାପରେ ତା’ ସହ ଆଉ କିଛି କଥା ହୋଇପାରି ନ ଥିଲି।

ଗତକାଲି ପାଖ ଗାଁରୁ ଜଣେ ନିକଟ ସମ୍ପର୍କୀୟ ଆସି  ଆମକୁ ଏକ ଫୋନ୍‌ ନମ୍ବର ଦେଇ ଯୋଗାଯୋଗ କରିବାକୁ କହିଥିଲେ। ଆମେ ଉକ୍ତ ନମ୍ବରରେ  ସୁବେଦାର ଡିସି ପ୍ରଧାନ ସାର୍‌ଙ୍କୁ ଫୋନ୍‌ କରିବାରୁ ସେ ଭାଇର ମୃତ୍ୟୁ ସମ୍ପର୍କରେ ଜଣାଇଲେ।

ସେହିଭଳି ସହିଦ ନନ୍ଦୁରାମ ସୋରେନ୍‌ଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଚମ୍ପାରଦା ଗାଁରେ। ସେ ବି ବିହାର ୧୬-ରେଜିମେଣ୍ଟରେ ଥିଲେ।

ସୂଚନାଯୋଗ୍ୟ, ୧୫-୧୬ ତାରିଖ ରାତିରେ ଚୀନ୍ ଓ ଭାରତୀୟ ସେନା ମଧ୍ୟରେ ଲଦାଖର ଗଲୱାନ ଉପତ୍ୟକାରେ ଲାଇନ୍ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ ନିକଟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଜୁନ୍ ୧୬ ତାରିଖରେ ଉଭୟ ଭାରତ ଓ ଚୀନ ସେନାର ବରିଷ୍ଠ ଅଧିକାରୀଙ୍କ ବୈଠକ ପୂର୍ବରୁ ସୀମାରେ ଚୀନ୍ ତା’ର ଯବାନଙ୍କ ସଂଖ୍ୟା କମାଇବା ସହିତ ଗଲୱାନ ଉପତ୍ୟକାରେ ନିଜ ଅଞ୍ଚଳକୁ ଫେରିଯିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହା ସତ୍ତ୍ୱେ ଚୀନ୍ ସେନା ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ ଦେଖାଯାଇ ନଥିଲା। ସେଥିପାଇଁ ‘୧୬ ବିହାର ରେଜିମେଣ୍ଟ’ର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଭାରତୀୟ ସେନାର ଏକ ଛୋଟ ଦଳ ଚୀନ ସେନା ସହିତ ଆଲୋଚନା କରିବାକୁ ଯାଇଥିଲା। ତେବେ ଆଲୋଚନା ବେଳେ ଉତ୍‌କ୍ଷିପ୍ତ ଚୀନ ଯବାନମାନେ ହଠାତ୍ ସେମାନଙ୍କ ଉପରେ ଆକ୍ରମଣ କରି ଦେଇଥିଲେ। ଲୁହା ରଡ୍ ଓ ପଥରରେ ସେମାନେ ଆକ୍ରମଣ କରିଥିଲେ। ସେତେବେଳେ ଭାରତୀୟ ଯବାନଙ୍କ ତୁଳନାରେ ଚୀନର ୩ ଗୁଣା ଅଧିକ ଯବାନ ଥିଲେ। ଅବଶ୍ୟ ମାରପିଟ ଆରମ୍ଭ ହେବାର କିଛି ସମୟ ଭିତରେ ଭାରତୀୟ ଯବାନଙ୍କ ଆଉ ଏକ ଦଳ ସେଠାରେ ପହଞ୍ଚି ଯାଇଥିଲା। ପ୍ରାୟ ୩ ଘଣ୍ଟା ଧରି ଉଭୟ ପକ୍ଷ ଯବାନଙ୍କ ମଧ୍ୟରେ ସେଠାରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ କର୍ଣ୍ଣେଲ ସନ୍ତୋଷ ବାବୁ ଏବଂ ଆଉ ୨ ଯବାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ୧୭ ଯବାନ ଆହତ ହୋଇଥିଲେ ଓ କମ୍ ତାପାମାତ୍ରା ଯୋଗୁ ପରବର୍ତ୍ତୀ ସମୟରେ ସେମାନଙ୍କର ବି ମୃତ୍ୟୁ ଘଟିଥିଲା। ସେହିପରି ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇ ଦେଇଥିବା ତଥ୍ୟ ଅନୁଯାୟୀ ଚୀନ୍‌ର ୪୩ ଜଣ ଯବାନ ମୃତାହତ ହୋଇଛନ୍ତି। ଅବଶ୍ୟ ଚୀନ ଏକଥାକୁ ମାନୁନାହିଁ।



from Odisha Reporter https://ift.tt/2N27D84

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages