୨ ଚୋରଙ୍କୁ କରୋନା; କ୍ୱାରେଣ୍ଟାଇନ୍‌ରେ ଗଲେ ୧୮ ପୁଲିସ୍‌ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 17, 2020

୨ ଚୋରଙ୍କୁ କରୋନା; କ୍ୱାରେଣ୍ଟାଇନ୍‌ରେ ଗଲେ ୧୮ ପୁଲିସ୍‌ କର୍ମଚାରୀ

ପୁରୀ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ଚିହ୍ନଟ ହୋଇଥିବା ୧୭୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ କେବଳ ୧୮ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗିରଫ ୨ ଅଭିଯୁକ୍ତଙ୍କ ସ୍ୱାବ ନମୁନା ମଧ୍ୟ ପଜିଟିଭ ଆସିଥିବାରୁ  ପୁରୀ ଜିଲ୍ଲାର ୨ଟି ଥାନାର ୧୮ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ମଧ୍ୟରେ କଣାସ ଥାନାର ୧୧, ଗଡ଼ିଶାଗୋଦା ଥାନାର ୭ କର୍ମଚାରୀ ଅଛନ୍ତି।

ଗତ ୪ ଦିନ ତଳେ କଣାସ ପୁଲିସ୍‌ ଜଣେ ଗାଡ଼ି ଚୋରକୁ ଧରିଥିଲା। ଗଡ଼ିଶାଗଦା ପୁଲିସ୍‌ ମଧ୍ୟ ଜଣେ ଲୁଟେରାକୁ ଗିରଫ କରିଥିଲା। ଉଭୟ ଅଭିଯୁକ୍ତଙ୍କ ନମୁନା ପଜିଟିଭ ଆସିବା ପରେ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।



from Odisha Reporter https://ift.tt/3fxGeHj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages