ରଥ କାମର ରାତି ଅଧିଆ ସମୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

ରଥ କାମର ରାତି ଅଧିଆ ସମୀକ୍ଷା

ପୁରୀ(ଓଡ଼ିଶା ରିପୋର୍ଟର): ରଥ ଯାତ୍ରା ଆଉ ମାତ୍ର ଦିନେ ଥିବା ବେଳେ ଏ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ରଥ ଗଡ଼ିବ କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ। ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁ ବ୍ୟାକୁଳ ଥିବା ବେଳେ ଏହାଦ୍ୱାରା କରୋନା ସଂକ୍ରମଣ ବଢ଼ିବା ଆଶଙ୍କାରେ ସୁପ୍ରିମକୋର୍ଟ ଚଳିତ ବର୍ଷ ରଥ ଯାତ୍ରାକୁ ବନ୍ଦ କରି ଦେଇଛନ୍ତି। ଏହାଦ୍ୱାରା ଜଗନ୍ନାଥପ୍ରେମୀଙ୍କ ମନରେ କଠୋର ଆଘାତ ହୋଇଥିବା ବେଳେ ଏହି ରାୟର ପୁନଃବିଚାର ନିମନ୍ତେ ସୁପ୍ରିମକୋର୍ଟରେ ବହୁ ମୋଡିଫିକେସନ ଫାଇଲ୍‌ ଦାଖଲ ହୋଇଛି। ଆଜି ଏହାର ଶୁଣାଣି ହେବାକୁ ଥିବା ବେଳେ ଏବେ ବି ରଥଯାତ୍ରା ହେବା ନେଇ ଲୁଚକାଳି ଖେଳ ଲାଗି ରହିଛି।

ଏପରି ସ୍ଥିତିରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ରଖିଥିବା ପକ୍ଷ ଯୋଗୁ ସବୁ ମହଲରୁ ନିନ୍ଦିତ ହେବା ପରେ ଗତକାଲି ରାତିରେ ପୁରୀ ଯାଇ ରଥକାମ ଓ ନୀତିକାନ୍ତି ସମ୍ପର୍କରେ ପଚାରି ବୁଝିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ତାଙ୍କ ସାଙ୍ଗରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଓ ଏସ୍‌ପି ଉମା ଶଙ୍କର ଦାଶ ମଧ୍ୟ ଥିଲେ।  ଏହି ବରିଷ୍ଠ ଅଧିକାରୀମାନେ ରଥଖଳାରେ ରଥ ଅଗ୍ରଗତିର ସମୀକ୍ଷା କରିଥିଲେ ।

ପରେ ସେମାନେ ଶ୍ରୀମନ୍ଦିରକୁ ଯାଇ ରୀତିନୀତି ସମ୍ପର୍କରେ ପଚାରି ବୁଝିଛନ୍ତି। ସାରା ରାଜ୍ୟରେ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିବା ବେଳେ ସେପଟେ ଉଚ୍ଚ ପଦାଧିକାରୀଙ୍କ ଅଚାନକ୍ ରାତି ଅଧିଆ ଯାଇ ସମୀକ୍ଷାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।



from Odisha Reporter https://ift.tt/3do9RJy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages