ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନେଇ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି ହେବ। ଆଜି ଦିନ ୧୧ଟାରେ ଜଣିକିଆ ବା ଚାମ୍ବର ବେଞ୍ଚରେ ଶୁଣାଣି କରାଯିବ। ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଏହି ଶୁଣାଣି ହେବ।

ଚଳିତବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁନର୍ବିଚାର ପାଇଁ ୧୬ରୁ ଅଧିକ ପିଟିସନ ଦାୟର ହୋଇଛି। ବିଭିନ୍ନ ବ୍ୟକ୍ତିବିଶେଷ ଓ ସଙ୍ଗଠନ ପକ୍ଷରୁ ପୁନର୍ବିଚାର ଓ ମୋଡିଫିକେସନ୍ ପାଇଁ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଛି।

ଆଇନ ବିଶାରଦଙ୍କ ମତରେ ଚାମ୍ବର ବେଞ୍ଚଙ୍କ ପାଖରେ ରାୟ ଶୁଣାଇବା ନେଇ କ୍ଷମତା ନାହିଁ। ଚାମ୍ବର ବେଞ୍ଚ କେବଳ ପକ୍ଷଭୁକ୍ତଙ୍କ ଦରଖାସ୍ତ ଗ୍ରହଣ କରିବେ କି ନାହିଁ ନିଷ୍ପତ୍ତି ନେବେ। ଯଦି ଗ୍ରହଣୀୟ ହୁଏ ଏବଂ ଶୁଣାଣି ସମୟରେ କୋର୍ଟ ଅନୁଭବ କରନ୍ତି ଯେ ପୂର୍ବ ରାୟରେ କିଛି ପରିବର୍ତ୍ତନର ଆବଶ୍ୟକତା ଅଛି ତା ହେଲେ ସେ ଏହାକୁ ଉପଯୁକ୍ତ ବେଞ୍ଚକୁ ପଠାଇ ପାରନ୍ତି। ଏ କ୍ଷେତ୍ରରେ ଉପଯୁକ୍ତ ବେଞ୍ଚ ହେଉଛି ପ୍ରଧାନବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ।

 



from Odisha Reporter https://ift.tt/2YlNOiB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages