କରୋନା ନେଲା ସାମ୍ବାଦିକଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

କରୋନା ନେଲା ସାମ୍ବାଦିକଙ୍କ ଜୀବନ

ହାଇଦ୍ରାବାଦ: ତେଲୁଗୁ ଟିଭି ଚ୍ୟାନେଲ୍ ପାଇଁ କାମ କରୁଥିବା ଜଣେ ୩୩ ବର୍ଷୀୟ ସାମ୍ବାଦିକଙ୍କର କୋଭିଡ୍-୧୯ ଯୋଗୁ ମୃତ୍ୟୁ ଘଟିଛି। ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଜୁନ୍ ୪ ତାରିଖରେ ତାଙ୍କୁ ଏକ ସରକାରୀ ହସ୍ପିଟାଲରୁ ରାଜୀବ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଟାଇପ୍-୧ ଶ୍ୱାସକ୍ରିୟ ଫେଲ୍ ଏବଂ ଆକ୍ୟୁଟ୍ ରେସପିରେଟୋରୀ ଡିଜିଜ୍ ସିଣ୍ଡୋମ୍ ହେବାରୁ ଉକ୍ତ ସାମ୍ବାଦିକଙ୍କୁ ନ୍ୟୁମୋନିଆ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହା ସହ ସେ ଦୀର୍ଘଦିନ ଧରି ନ୍ୟୁରୋମସ୍କୁଲାର ରୋଗ ଯଥା ମ୍ୟାସ୍ଥେନିଆ ରୋଗରେ ପୀଡ଼ିତ ଥିଲେ, ଯାହା ମାଂସପେଶୀକୁ ଦୁର୍ବଳ କରିଥିଲା।

ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା ଏବଂ ୨୪ ଘଣ୍ଟା ଧରି ଏକ ଡାକ୍ତରୀ ଟିମ୍ ନିୟୋଜିତ ରହୁଥିଲେ। କିନ୍ତୁ ରବିବାର ହଠାକ୍ ତାଙ୍କର ହୃଦଘାତ ହୋଇଥିଲା ଏବଂ ସକାଳ ୯.୩୭ ମିନିଟରେ ତାଙ୍କୁ ମୃତ ଘୋଷିତ କରାଯାଇଥିଲା।

ସୂଚନାଯୋଗ୍ୟ, ସପ୍ତାହକଙ୍କ ମଧ୍ୟରେ ରାଜ୍ୟରେ ୧୩ଜଣ ସାମ୍ବାଦିକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି ଏବଂ ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲିଛି। ଏପରିକି ରବିବାର ତେଲେଙ୍ଗାନାରୋ କରୋନାର ନୂଆ ୧୫୪ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ଏବଂ ୧୪ଜଣ ମୃତ୍ୟୁବରଣ କରିଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୫୦ରେ ପହଞ୍ଚିଥିବା ବେଳେ ୧୩୭ଜଣ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/30j0RCB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages