କେନ୍ଦ୍ର ଅନୁମତି ଦେଲା, ରାଜ୍ୟ ମନା କଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

କେନ୍ଦ୍ର ଅନୁମତି ଦେଲା, ରାଜ୍ୟ ମନା କଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ଅଢ଼େଇ ମାସ ପରେ ଆଜିଠୁ ଦେଶର ବିଭିନ୍ନ ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଧାର୍ମିକ ସ୍ଥଳ।  କିନ୍ତୁ ଓଡ଼ିଶାରେ ଏହି ନିୟମ ସମ୍ପୂର୍ଣ୍ଣ ଲାଗୁ ହେବନି। ଏଥିପାଇଁ ରାଜ୍ୟବାସୀଙ୍କୁ ଆସନ୍ତା‌ ୩୦ ତାରିଖ ଯାଏ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ରାଜ୍ୟ ସରକାର।

କେନ୍ଦ୍ର ଗୃହ ମନ୍ତ୍ରାଳୟର ନୂଆ ଗାଇଡଲାଇନ୍ ଅନଲକ୍ ଓ୍ୱାନ୍ ଅନୁସାରେ କଣ୍ଟେନମେଣ୍ଟ ଅଞ୍ଚଳ ହୋଇନଥିଲେ ଆଜିଠୁ ସର୍ବସାଧାରଣଙ୍କ ଲାଗି ଧାର୍ମିକ ସ୍ଥଳ, ସପିଙ୍ଗ୍ ମଲ, ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲି ପାରିବ । ହେଲେ ସବୁଠି ସାମାଜିକ ଦୂରତା, ମାସ୍କ ପରିଧାନ ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି ।  କରୋନା ସଂକ୍ରମଣ ରୋକିବାକୁ ଏସବୁ ସ୍ଥାନରେ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ପାଳନ କରିବାକୁ କୁହାଯାଇଛି । କରୋନା ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶରେ ହୋଟେଲ, ରେଷ୍ଟୁରାଣ୍ଟ, ମଲ ଓ ଧାର୍ମିକସ୍ଥଳ ପ୍ରବେଶ ଉପରେ କଟକଣା ଲାଗି ରହିଥିଲା ।

ତେବେ ଓଡ଼ିଶାରେ ଏହି କୋହଳ ନିୟମ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ରାଜ୍ୟ ସରକାର।  କିଛି କ୍ଷେତ୍ରରେ ଜାରି ରହିବ କଟକଣା ।  ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ବନ୍ଦ୍ ରହିବ । ସେହିଭଳି ସପିଙ୍ଗ୍ ମଲ ମଧ୍ୟ  ୩୦ ତାରିଖ ଯାଏ ନଖୋଲିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

୩୦ ପ୍ରତିଶତ କର୍ମଚାରୀଙ୍କୁ ହୋଟେଲଗୁଡ଼ିକ ନେଇ କାମ କରିବାକୁ ଅନୁମତି ମିଳିଛି । କେବଳ ହୋଟେଲ ଭିତରେ ରହୁଥିବା ଅତିଥିଙ୍କୁ ରେସ୍ତୋରାଁ ସେବା ମିଳିବ । ସେହିଭଳି ରେସ୍ତୋରାଁଗୁଡ଼ିକ କେବଳ ହୋମ୍ ଡେଲିଭରି ଓ ପାର୍ସଲ ସେବା ଯୋଗାଇ ପାରିବେ ।



from Odisha Reporter https://ift.tt/30nifpV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages