ଭାତରେ ବିଷ ଦେଲା ବାପା, ପରିବାରର ୫ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 15, 2020

ଭାତରେ ବିଷ ଦେଲା ବାପା, ପରିବାରର ୫ ଗୁରୁତର

ମାଲକାନଗିରି(ଜିତେନ୍ଦ୍ର ବେଉରା): ଭାତରେ ବିଷ ମିଶାଇ ନିଜ ପରିବାର ଲୋକଙ୍କୁ ଖାଇବାକୁ ଦେଲା ବାପା। ଏଥିରେ ପରିବାରର ୩ ପିଲାଙ୍କ ସମେତ ୫ ଜଣ ଗୁରୁତର ହୋଇ ପଡ଼ିଛନ୍ତି। । ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କାଳିଆ ନାଏକଗୁଡ଼ାରେ ଘଟିଛି। ଗୁରୁତରଙ୍କ ମଧ୍ୟରେ ଅଭିଯୁକ୍ତଙ୍କ ୨ ଝିଅ, ଗୋଟିଏ ପୁଅ, ସ୍ତ୍ରୀ ଓ ଭାଇ ଅଛନ୍ତି।

ସୂଚନା ମୁତାବକ, ଗତକାଲି ରାତିରେ ପରିବାରର ସମସ୍ତେ ଭାତ ଖାଇଥିଲେ। ଏହାର କିଛି ସମୟ ପରେ ସେମାନଙ୍କ ବାନ୍ତି ହୋଇଥିଲା। ସ୍ଥାନୀୟ ଲୋକେ ପହଞ୍ଚି ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ସମସ୍ତେ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ଜଣେ ଝିଅଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ପରିବାର ଲୋକଙ୍କ କହିବାମୁତାବକ, ଅଭିଯୁକ୍ତଜଣକ ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଏହାପରେ ସେ ଭାତରେ କିଛି କିଟନାଶକ ମିଶାଇ ଦେଇଥିବା ସେମାନେ ସନ୍ଦେହ କରୁଛନ୍ତି। ଏହାର କିଛି ସମୟ ପରେ ସେମାନେ ଭାତ ଖାଇଥିଲେ। ହେଲେ ତା’ ପରେ ପରେ ଅସୁସ୍ଥତା ଅନୁଭବ କରି ସମସ୍ତଙ୍କର ବାନ୍ତି ହୋଇଥିଲା।

ଏହି  ଘଟଣା ପରେ ଅଭିଯୁକ୍ତଜଣକ ଫେରାର ହୋଇଯାଇଥିବା ଜଣାଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।



from Odisha Reporter https://ift.tt/37vv2Iz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages