ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ସହି ପାରିଲେନି ଭାଉଜ ସୁଧା, ଆଖି ବୁଜିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 15, 2020

ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ସହି ପାରିଲେନି ଭାଉଜ ସୁଧା, ଆଖି ବୁଜିଦେଲେ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବରକୁ ସହଜରେ ବିଶ୍ୱାସ କରିପାରି ନଥିବା ଓ ଗଭୀର ଅବସାଦ ମଧ୍ୟକୁ ଚାଲି ଯାଇଥିବା ତାଙ୍କର ଜଣେ ସଂପର୍କୀୟ ଭାଉଜଙ୍କର ଗତକାଲି ପରଲୋକ ହୋଇଯାଇଛି। ତାଙ୍କ ନାଁ ସୁଧା ଦେବୀ। ଯେତେବେଳେ ମୁମ୍ବାଇରେ ସୁଶାନ୍ତଙ୍କ ଜୁଇ ଜଳୁଥିଲା ଠିକ୍ ସେତେବେଳେ ତାଙ୍କ ଭାଉଜଙ୍କ ମୃତ୍ୟୁ ଖବର ପହଞ୍ଚିଥିଲା। ଏହା ପରେ ତାଙ୍କ ପରିବାର ଆହୁରି ଭାଙ୍ଗି ପଡ଼ିଛି।

ବିହାରର ପୁରନିଆ ଜିଲ୍ଲାର ମଲଡ଼ିହା ହେଉଛି ସୁଶାନ୍ତଙ୍କ ପୈତୃକ ଗ୍ରାମ। ଏଠାରେ ତାଙ୍କର ସଂପର୍କୀୟ ଭାଉଜ ସୁଧା ଦେବୀ ରହୁଥିଲେ। ସେ ସୁଶାନ୍ତଙ୍କ କକାଙ୍କ ବୋହୂ ଥିଲେ। ରବିବାର ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇବା ପରେ ସୁଧା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହି ଖବର ଶୁଣିବା ପରେ ସେ ଖାଇବା ପିଇବା ଛାଡ଼ି ଦେଇଥିଲେ। ଗତକାଲି ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ରବିବାର ଦିନ ସୁଶାନ୍ତଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ତାଙ୍କର ବାନ୍ଦ୍ରା ସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ତାଙ୍କ ପରିବାର ଲୋକେ ମୁମ୍ବାଇରେ ପହଞ୍ଚିବା ପରେ ଗତକାଲି ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ତାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ବଲିଉଡ୍‌ର ଅନେକ କଳାକାର ଉପସ୍ଥିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଶ୍ରଦ୍ଧା କପୁର, କୃତି ସେନନ, ବରୁଣ ଶର୍ମା, ବିବେକ ଓବରାୟ, ନିର୍ଦ୍ଦେଶକ ଅଭିଷେକ କପୁର, ରାଜକୁମାର ରାଓ ଓ ରଣବୀର ଶୋରେ।



from Odisha Reporter https://ift.tt/3hysA8A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages