ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯,୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସର୍ବକାଳୀନ ରେକର୍ଡ ବୋଲି ଜଣାପଡ଼ିଛି। ସେହିପରି ୨୪ ଘଣ୍ଟାରେ ୨୭୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ସୂଚନା ରହିଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୨୬,୭୭୦ ଛୁଇଁଛି। ଏଯାବତ ୧,୦୯,୪୬୨ ଜଣ ଆରୋଗ୍ୟ ହୋଇଥିବାବେଳେ ୬,୩୪୮ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ପୂର୍ବ ତୁଳନାରେ ଦେଶରେ ଆରୋଗ୍ୟ ହାର ବଢ଼ିଛି। ପୂର୍ବରୁ ଆରୋଗ୍ୟ ହାର ୪୧ ପ୍ରତିଶତ ରହିଥିଲା ଏବେ ଏହି ହାର ୪୮.୨୭ ପ୍ରତିଶତ ରହିଥିବା ସୂଚନା ରହିଛି।
ଭାରତ ଏବେ ସର୍ବାଧିକ କରୋନା କ୍ଷତିଗ୍ରସ୍ତ ଦେଶ ତାଲିକାରେ ସପ୍ତମ ସ୍ଥାନରେ ରହିଛି। ଆମେରିକା, ବ୍ରାଜିଲ, ଋଷିଆ, ୟୁକେ, ସ୍ପେନ୍, ଇଟାଲୀ ପରେ ଭାରତ ରହିଛି।
from Odisha Reporter https://ift.tt/3dF0Lcs
No comments:
Post a Comment