କରୋନା ମାମଲାରେ ଉହାନକୁ ଟପିଗଲା ମୁମ୍ବାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

କରୋନା ମାମଲାରେ ଉହାନକୁ ଟପିଗଲା ମୁମ୍ବାଇ

ମୁମ୍ବାଇ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଯଦି ରାଜ୍ୟ କଥା କହିବା, ତାହେଲେ ଏହି ମାମଲାରେ ମହାରାଷ୍ଟ୍ର ବହୁ ଆଗରେ ରହିଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାରରୁ ଟପିଛି।

ଅନ୍ୟପକ୍ଷରେ ରାଜ୍ୟର ରାଜଧାନୀ ଅର୍ଥାତ୍ ମୁମ୍ବାଇ ୫୧ହଜାର ଆକ୍ରାନ୍ତଙ୍କ ସହ ଚୀନର ଉହାନକୁ ଟପିଯାଇଛି। ଉହାନକୁ କରୋନାର ଉତ୍ପତିସ୍ଥଳ କୁହାଯାଉଛି, ଯେଉଁଠାରେ ଡିସେମ୍ବରରେ ଏହି ମହାମାରୀ ଆରମ୍ଭ ହୋଇଥିଲା। ଉହାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ହଜାର ୩୩୩ ରହିଛି। ଅନ୍ୟପକ୍ଷରେ ଦେଶରେ ସବୁଠାରୁ ବଡ଼ କରୋନା ହଟସ୍ପଟ୍ ମହାରାଷ୍ଟ୍ର ମଧ୍ୟ କରୋନା ଆକ୍ରାନ୍ତଙ୍କ ମାମଲାରେ ଚୀନକୁ ଟପିଯାଇଛି।

ଚୀନରେ ୮୪ହଜାରରୁ ଅଧିକ ମାମଲା ରହିଛି। ମହାରାଷ୍ଟ୍ରରେ ୨୨୫୯ ନୂଆ କେସ୍ ସାମ୍ନାକୁ ଆସିଥିଲା। ଏହା ସହ ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୨୦ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୁମ୍ବାଇରେ କରୋନା ପଜିଟିଭ୍ ସଂଖ୍ୟା ୯୦ହଜାର ୭୮୭ରେ ପହଞ୍ଚିଛି।

ରାଜ୍ୟରେ ଏପର୍ଯ୍ୟନ୍ତ ୩୨୮୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ମୁମ୍ବାଇରେ ମଧ୍ୟ ସ୍ଥିତି ବେହାଲ୍ ରହିଛି। ମୁମ୍ବାଇରେ ଏପର୍ଯ୍ୟନ୍ତ ୧୭୬୦ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ବଡ଼ କଥା ହେଉଛି, ଏଠାରେ ଅଧିକ ସଂଖ୍ୟାରେ ପୁଲିସ୍ କର୍ମଚାରୀ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି।



from Odisha Reporter https://ift.tt/3cJqj6Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages