ଷ୍ଟେଜ୍‌ରୁ ଆରମ୍ଭ ହୋଇଥିବା ପ୍ରେମ ଥାନାରେ ପହଞ୍ଚିଲା, ନାବାଳିକା ପ୍ରେମିକା ୬ ମାସର ଗର୍ଭବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

ଷ୍ଟେଜ୍‌ରୁ ଆରମ୍ଭ ହୋଇଥିବା ପ୍ରେମ ଥାନାରେ ପହଞ୍ଚିଲା, ନାବାଳିକା ପ୍ରେମିକା ୬ ମାସର ଗର୍ଭବତୀ

ବାଲିଗୁଡ଼ା(ଅଜିତ ନାୟକ): ଲଭ ସେକ୍ସ ଧୋକା। ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ ଓ ତା’ପରେ ପ୍ରତାରଣା। ଏବେ ନାବାଳିକା ୬ ମାସର ଗର୍ଭବତୀ। ଷ୍ଟେଜ୍‌ରୁ ଆରମ୍ଭ ହୋଇଥିବା ଏହି ପ୍ରେମ କାହାଣୀ ଏବେ ଥାନାରେ ପହଞ୍ଚିଛି। ଆଉ ଏହାର ଶିକାର ହୋଇଛନ୍ତି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳର ଜଣେ ନାବାଳିକା। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ଧୋକ୍କାବାଜ୍‌ ପ୍ରେମିକକୁ ଗିରଫ କରିଛି।

ପୂରା ଘଟଣା ଏମିତି। ପୀଡ଼ିତାଙ୍କ ନାଁ ଝୁମା (ଛଦ୍ମନାମ)। ବାପାଙ୍କ ମୃତ୍ୟୁ ପରେ ମାଆ ଅନ୍ୟ ଜଣଙ୍କ ସହିତ ପଳାଇ ଗଲେ। ପୂରା ଅସହାୟ ହୋଇପଡ଼ିଥିବା ଝୁମା ଓ ତାଙ୍କ ଭାଇ। କିଛି ଉପାୟ ନପାଇ ଆଈ ମାଆଙ୍କ ପାଖକୁ ଚାଲି ଗଲେ। ହେଲେ ସେଠାରେ ତାଙ୍କ ଉପରେ ବୋଝ ହେବାକୁ ଚାହିଁନଥିଲେ ଝୁମା। ରୋଜଗାର ପାଇଁ ଆଈ ମାଆଙ୍କ ଘର ଛାଡ଼ି ଗଞ୍ଜାମ ପଳାଇ ଚାଲି ଥିଲେ। ଡ୍ୟାନ୍ସ ପ୍ରତି ଦୁର୍ବଳତା ଥିବାରୁ ସେ ୨୦୧୮ରେ ହିଞ୍ଜିଳିକାଟୁର ଖୋଜାପଲିରେ ଥିବା ‘ରୋମିଓ ଡ୍ୟାନ୍ସ ଗ୍ରୁପ’ରେ ଯୋଗଦେଲେ। ଷ୍ଟେଜ୍‌ରେ ସାଥୀ କଳାକାର କୁନା ଦାସଙ୍କ ସହିତ ପାଦକୁ ପାଦ ଛନ୍ଦି ନାଚିଲେ। ଏହିଠାରୁ ଆରମ୍ଭ ହୋଇଥିଲା ପ୍ରେମ। ଦୁହେଁ ସରସ୍ପରର ନିକଟତର ହେଲେ। ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ରଖିଲେ କୁନା। ନିଜର ବୋଲି ଭାବି ଝୁମା ସବୁ କିଛି ନିଜ ପ୍ରେମିକଙ୍କ ପାଦ ତଳେ ସମର୍ପି ଦେଇଥିଲେ।

ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ପ୍ରେମ ଓ ଡ୍ୟାସ୍‌ ଭିତରେ ସମୟ ବିତୁଥିଲା। ତେବେ ଏହା ଭିତରେ ଝୁମା ଗର୍ଭବତୀ ହୋଇଥିବା ଜାଣିବାକୁ ପାଇଲେ। ଏ ସମ୍ପର୍କରେ ତାଙ୍କ ପ୍ରେମିକ କୁନାକୁ କହିଲେ। ଏପରିକି ବିବାହ କରିବାକୁ ଜିଦ୍‌ ଧରିଥିଲେ। ତେବେ ଗର୍ଭବତୀ କଥା ଶୁଣି କୁନା ବାହା ହେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଯେଉଁଥିପାଇଁ ଜୀବନ ବିକଳରେ ଝୁମା ହିଞ୍ଜିଳିକାଟୁ ଛାଡ଼ି ଜି.ଉଦୟଗିରି ପଳାଇ ଆସିଥିଲେ। ପୂରା ଘଟଣା ନିଜ ଆଈ ମଆଙ୍କୁ କହିଥିଲେ।

ଗତ ୮ ତାରିଖରେ ପୀଡ଼ିତା ଝୁମା ଓ ତାଙ୍କ ଆଈ ମଆ ଏନେଇ ଜି.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ କୁନାକୁ ଗତକାଲି ଗିରଫ କରିଛି। ଏବେ ଝୁମା ୬ ମାସର ଗର୍ଭବତୀ ଅଛନ୍ତି।

 



from Odisha Reporter https://ift.tt/2MKVKDo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages