ଦିଗବିଜୟଙ୍କ ସମେତ ୧୫୦ ଜଣଙ୍କ ନାଁରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 25, 2020

ଦିଗବିଜୟଙ୍କ ସମେତ ୧୫୦ ଜଣଙ୍କ ନାଁରେ ମାମଲା ରୁଜୁ

ଭୋପାଲ: ଲଗାତର ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି ବିରୋଧରେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଲଗାତର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ମଧ୍ୟପ୍ରଦେଶରେ ବୁଧବାର କଂଗ୍ରେସ ପାର୍ଟି ପକ୍ଷରୁ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ ରାଜଧାନୀ ଭୋପାଲରେ ପ୍ରାୟ ୧୫୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

ବୁଧବାର ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ କଂଗ୍ରେସର ଆନ୍ଦୋଳନ ପରେ ୧୫୦ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସରକାରଙ୍କ ଆଦେଶ ଉଲ୍ଲଂଘନ ମାମଲାରେ ଆଇପିସିର ଭିନ୍ନ ଭିନ୍ନ ଧାରାରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଏବଂ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ କୈଳାଶ ମିଶ୍ରାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ସୂଚନା ଥାଉ କି, ପେଚ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧିକୁ ପ୍ରସଙ୍ଗ କରି ବୁଧବାର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପିସିସି ଅଧ୍ୟକ୍ଷ କମଲନାଥ ଘୋଷଣା କରିଥିଲେ।

ତେବେ ବୁଧବାର ଦିଗବିଜୟଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକାଠି ହୋଇ ସାଇକେଲ ରାଲି କରି ବିରୋଧ ପ୍ରଦର୍ଶନ କରିଥିଲେ। ସରକାରଙ୍କ ଅନୁମତି ବିନା ପ୍ରଦର୍ଶନ କରିଥିବାରୁ ତଥା ସାମାଜିକ ଦୂରତ୍ୱ ରକ୍ଷା ନକରିବାରୁ ଏବଂ କଲେକ୍ଟରଙ୍କ ନିର୍ଦ୍ଦେଶ ନ ମାନିବାରୁ ପୁଲିସ 150ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି।

The post ଦିଗବିଜୟଙ୍କ ସମେତ ୧୫୦ ଜଣଙ୍କ ନାଁରେ ମାମଲା ରୁଜୁ appeared first on Odisha Reporter.



from Odisha Reporter https://ift.tt/2ViNnUb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages