ଦିଲ୍ଲୀର ହୋଟେଲ, ଗେଷ୍ଟ-ହାଉସରେ ମିଳିବନି ଚୀନ ନାଗରିକଙ୍କୁ ସ୍ଥାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 25, 2020

ଦିଲ୍ଲୀର ହୋଟେଲ, ଗେଷ୍ଟ-ହାଉସରେ ମିଳିବନି ଚୀନ ନାଗରିକଙ୍କୁ ସ୍ଥାନ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ତିକ୍ତତା ବଢ଼ିଚାଲିଛି। ଗଲଓ୍ୱାନ ଘାଟିରେ ଭାରତୀୟ ସେନାଙ୍କ ସହ ହିଂସ୍ରକ ସଂଘର୍ଷ ପରେ ଚୀନ ବିପକ୍ଷରେ ସାରା ଭାରତରେ ପ୍ରତିବାଦର ସ୍ୱର ଶାଣିତ ହୋଇଛି। ଏହି କ୍ରମରେ ଦିଲ୍ଲୀର ହୋଟେଲ ଏବଂ ଗେଷ୍ଟ ହାଉସଗୁଡ଼ିକରେ ଏଣିକି ଚୀନ ନାଗରିକଙ୍କୁ ରହିବାକୁ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

କନଫେଡେରେସନ ଅଫ୍ ଅଲଇଣ୍ଡିଆ ଟ୍ରେଡସ୍ (କ୍ୟାଟ୍) ପକ୍ଷରୁ ଚାଇନା ସାମଗ୍ରୀ ବର୍ଜନ ଆହ୍ୱାନ ଦିଆଯିବା ପରେ ଦିଲ୍ଲୀ ହୋଟେଲ ଆଣ୍ଡ୍ ଗେଷ୍ଟ-ହାଉସ୍ ଓନର୍ସ ଆସୋସିଏନ ଏକ ବଡ଼ ନିଷ୍ପତ୍ତି ନେଇଛି। ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି ଯେ, ଚୀନର ପ୍ରକୃତି ଓ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଥି ଏହି ନିଷ୍ପତ୍ତି ନିଆଯାଇଛି। ଏଣିକି ଦିଲ୍ଲୀର ହୋଟେଲ ଏବଂ ଗେଷ୍ଟ ହାଉସରେ କୌଣସି ଚୀନ ନାଗରିକଙ୍କୁ ରହିବାକୁ ସ୍ଥାନ ଦିଆଯିବ ନାହିଁ।

ଦିଲ୍ଲୀରେ ପ୍ରାୟ ୩୦୦୦ ବଜେଟ୍ ହୋଟେଲ ଏବଂ ଗେଷ୍ଟ-ହାଉସ ଅଛି, ଯେଉଁଠି ପାଖାପାଖି ୭୫ ହଜାର ରୁମ୍ ରହିଛି। ଦିଲ୍ଲୀ ହୋଟେଲ ଆଣ୍ଡେ ଗେଷ୍ଟ-ହାଉସ ଓନର୍ସ ଆସୋସିଏସନ ମହାମନ୍ତ୍ରୀ ମହେନ୍ଦ୍ର ଗୁପ୍ତା ସୂଚନା ଦେଇ କହିଛନ୍ତି ଯେ, ଚୀନ ଯେଉଁଭଳି ଭାବେ ଭାରତ ସହ ବ୍ୟବହାର କରୁଛି ଏବଂ ହିଂସ୍ରକ ସଂଘର୍ କରି ୨୦ ଭାରତୀୟ ବୀର ଯବାନଙ୍କୁ ହତ୍ୟା କରିଛି। ସେହି କାରଣରୁ ଦିଲ୍ଲୀର ସମସ୍ତ ହୋଟେଲ ବ୍ୟବସାୟୀ କ୍ରୋଧାନ୍ୱିତ ଅଛନ୍ତି।

ସେ ପୁଣି କହିଛନ୍ତି, ଏଭଳି ସମୟରେ ଚୀନ ବସ୍ତୁକୁ ବହିଷ୍କାର କରିବାର ଅଭିଯାନ ଆରମ୍ଭ ହୋଇଛି। ଏଥିରେ ଦିଲ୍ଲୀ ହୋଟେଲ ଏବଂ ଗେଷ୍ଟ-ହାଉସ ବ୍ୟବସାୟୀମାନେ ଆଗଭର ହୋଇ ସାମିଲ ହେଉଛନ୍ତି। ଏଣୁ ଆମେ ନିଷ୍ପତ୍ତି ନେଇଛୁ ଯେ, କୌଣସି ବଜଟ୍ ହୋଟେଲ ବା ଗେଷ୍ଟ-ହାଉସରେ କୌଣସୀ ଚୀନ ନାଗରିକଙ୍କୁ ରହିବାକୁ ସ୍ଥାନ ଦିଆଯିବ ନାହିଁ।

The post ଦିଲ୍ଲୀର ହୋଟେଲ, ଗେଷ୍ଟ-ହାଉସରେ ମିଳିବନି ଚୀନ ନାଗରିକଙ୍କୁ ସ୍ଥାନ appeared first on Odisha Reporter.



from Odisha Reporter https://ift.tt/38aDduh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages