ପୁରୀ (ଓଡ଼ିଶା ରିପୋର୍ଟର): ଆଜି ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ନୀତି। ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ଜଳ ସ୍ନାନ ପରେ ଏବେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂରତି। ଆଉ ଏହି ପୀଡ଼ା ଲାଘବ ପାଇଁ ଅଣସରର ପଞ୍ଚମୀ ଦିନ ପ୍ରଭୁଙ୍କ ଦେହରେ ହୁଏ ଫୁଲୁରି ତେଲ ଲାଗି।
ଦଇତାପତିମାନେ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି ଫୁଲୁରି ତେଲ। ଆଉ ଏହି ଫୁଲୁରି ତେଲକୁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ। ପରମ୍ପରା ମୁତାବକ ପଞ୍ଚମୀ ଦିନ ହୁଏ ଏହି ଅନନ୍ୟ ସେବା। ଏହି ତେଲ ଆସିଥାଏ ବଡ ଓଡ଼ିଆ ମଠରୁ।
ପୂର୍ବବର୍ଷ ହେରା ପଞ୍ଚମୀ ଦିନ ତିନିଟି ମାଟି ନିର୍ମିତ ପାତ୍ରରେ ଘଣାପେଡା ରାଶିତେଲ, ବେଣାଚେର, କୃଷ୍ଣଭୋଗ ଧାନ, କେତକୀ ଫୁଲ ସହ ବିଭିନ୍ନ ସୁବାସିତ ଫୁଲ ଓ ଔଷଧୀୟ ସାମଗ୍ରୀ ମିଶ୍ରଣ କରି ଏହି ତେଲ ମାଟିତଳେ ପୋତା ହୋଇ ରହିଥାଏ। ମଠର ମଠାଧୀଶ ଶ୍ରୀମନ୍ଦିରରେ ଏହି ତେଲକୁ ପ୍ରଦାନ କରିବା ପରେ ପତିମହାପାତ୍ର ସଂସ୍କାର କରିବା ପରେ ଏହାକୁ ମାଲିସ କରାଯାଇଥାଏ। ଏହି ଫୁଲୁରୀ ତେଲକୁ ଦଇତାପତି ସେବକମାନେ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି। ଏହି ତେଲ ମାଲିସ ଦ୍ୱାରା ଶ୍ରୀଜିଉ ସ୍ନାନଜନିତ ଶରୀର ପୀଡ଼ାରୁ ମୁକ୍ତି ପାଆନ୍ତି ବୋଲି ବିଶ୍ୱାସ ରହିଛି।
from Odisha Reporter https://ift.tt/3fcznTF
No comments:
Post a Comment