ଆଜି କୋଭିଡ୍ ଯୋଦ୍ଧାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

ଆଜି କୋଭିଡ୍ ଯୋଦ୍ଧାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କୋଭିଡ୍ ଯୋଦ୍ଧାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫେରେନ୍ସିଂ ଜରିଆରେ ସେ ଏହି ସମ୍ୱୋଧନ କରିବେ। ଆଜି ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ‘କରୋନା’ ଆକ୍ରାନ୍ତଙ୍କ ଚିକିତ୍ସା ଓ ସେବା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ଏଥିରେ ଆଲୋଚନା କରାଯିବ। ଏଥିରେ ସବୁ ଜିଲ୍ଲାର ସିଡିଏମ୍ଓ, ମେଡିକାଲ କଲେଜର କର୍ମଚାରୀ ଓ କୋଭିଡ୍ ହସ୍ପିଟାଲର ଅଧିକାରୀମାନେ ସାମିଲ ହେବେ।

କରୋନା ଲଢ଼େଇରେ ଆଗ ଧାଡ଼ିର ଯୋଦ୍ଧା, ଯେମିତିକି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ସରପଞ୍ଚ, ଶିକ୍ଷକ ଓ ପୁଲିସ୍ କର୍ମଚାରୀ ବି ଏହି ମହାମାରୀରେ ନିୟମିତ ଆକ୍ରାନ୍ତ ହେଉଛନ୍ତି। ଆଜି ଭୁବନେଶ୍ୱର ଏମ୍ସର ୪ ଡାକ୍ତରଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଏମ୍ସର ନିର୍ଦ୍ଦେଶିକା ବି. ଗୀତାଞ୍ଜଳି। ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ସିନିୟର ରେସିଡେଣ୍ଟ ଡାକ୍ତର ଓ ଜଣେ ଜୁନିୟର ଡାକ୍ତର ଅଛନ୍ତି।

ସେହିପରି ବ୍ରହ୍ମପୁର ବଡ଼ ମେଡିକାଲରେ ୪ ଜଣ ଡାକ୍ତର ଓ ୮ ଜଣ ନର୍ସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ପ୍ରାୟ ୩୦ ଜଣ ଡାକ୍ତର ଓ ୧୦ ଜଣ ନର୍ସ ଆସିଥିବା କୁହାଯାଉଛି।

ଏହାପରେ ମେଡିକାଲ୍ର ସମସ୍ତ ଓ୍ୱାର୍ଡ, ଇନ୍‌ଡୋର ଓ ଆଉଟଡୋରକୁ ସାନିଟାଇଜ୍ କରାଯାଇଛି। ସେହିପରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସ ପଜିଟିଭ୍ ଚିହ୍ନଟ ହେବା ପରେ ଉଭୟଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଛି। ଏହାପରେ ମେଡିକାଲ୍ର ସର୍ଜରୀ ୱାର୍ଡ ସିଲ୍ କରାଯାଇଛି। ବିଶେଷଜ୍ଞ କହିଛନ୍ତି, ଯେଉଁମାନେ ଆଗଧାଡ଼ିରେ କାମ କରୁଛନ୍ତି ସେମାନଙ୍କୁ ଅଧିକ ଯତ୍ନବାନ ହୋଇ ଗାଇଡ୍ ଲାଇନ୍କୁ ମାନି କାମ କରିବାକୁ ପଡ଼ିବ। ପୂର୍ବରୁ ରାଉରକେଲା ସରକାରୀ ହସ୍ପିଟାଲର ମଧ୍ୟ ୨ଜଣ ଆରଜିଏଚ ଡାକ୍ତରଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା।



from Odisha Reporter https://ift.tt/2BIVVN9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages