ମାଡ଼ିଗଲା ଟ୍ରକ୍;‌ ଜଣେ ମୃତ, ୩ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ମାଡ଼ିଗଲା ଟ୍ରକ୍;‌ ଜଣେ ମୃତ, ୩ ଗୁରୁତର

ସମ୍ୱଲପୁର(ସମୀର ଷଡ଼ଙ୍ଗୀ): ସମ୍ୱଲପୁର ସହର ସ୍ଥିତ ଅଇଁଠାପାଲି ନିକଟରେ ଏନ୍‌ଏଚ୍‌ ୬ରେ ଟ୍ରକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି।  ସେମାନଙ୍କୁ  ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତେବେ ଖବର ଲେଖାଯିବା ସୁଦ୍ଧା ମୃତାହତଙ୍କ ପରିଚୟ ଜଣାପଡ଼ିନାହିଁ।

ଆଜି ସକାଳ ପ୍ରାୟ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌ଟି ଭାରସାମ୍ୟ ହରାଇ ଏକ ଅଟୋକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ବସିଥିବା ୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହାପରେ ଟ୍ରକ୍‌ଟି ରାସ୍ତା କଡ଼ରେ ଠିଆ ହୋଇଥିବା ୩ ଜଣ ମହିଳାଙ୍କୁ  ଧକ୍କା ଦେଇଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି।  ଖବର ପାଇ ଅଇଁଠାପାଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିଛି।



from Odisha Reporter https://ift.tt/2A3fVtG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages