କରୋନା ଯୁଦ୍ଧ ଜିତିଲେ ଏହି ଦେଶ, ସେଲିବ୍ରେସନ୍ କଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

କରୋନା ଯୁଦ୍ଧ ଜିତିଲେ ଏହି ଦେଶ, ସେଲିବ୍ରେସନ୍ କଲା

ୱେଲିଂଟନ୍: କରୋନା ମହାମାରୀ ବ୍ୟାପିବାରୁ ରୋକିବା ପାଇଁ ସମଗ୍ର ବିଶ୍ୱରେ ଲଢ଼େଇ ଜାରି ରହିଛି। କିନ୍ତୁ ଏହା ମଧ୍ୟରେ ଏକ ସୁଖଦ ଖବର ଆସିଛି। ନ୍ୟୁଜିଲ୍ୟାଣ୍ଡ୍ ଏବେ କରୋନାମୁକ୍ତ ଦେଶ ହୋଇଛି। ଏଠାରେ ଚିକିତ୍ସାଧୀନ ଥିବା ଶେଷ କରୋନା ରୋଗୀ ଏବେ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ ନ୍ୟୁଜିଲ୍ୟାଣ୍ଡରେ ଏବେ ଆଉ କୌଣସି କରୋନା କେସ୍ ନଥିବା ସ୍ପଷ୍ଟ ହୋଇଛି। ଏହି ଖୁସିରେ ଦେଶର କିଛି ସ୍ଥାନରେ ସେଲିବ୍ରେସନ୍ ମଧ୍ୟ ହୋଇଛି।

ନ୍ୟୁଜିଲ୍ୟାଣ୍ଡରେ ୧୭ଦିନ ତଳେ ନୂଆ ପଜିଟିଭ୍ ସାମ୍ନାକୁ ଆସିଥିଲା ଏବଂ ଫେବୃଆରୀ ପରଠାରୁ ଦେଶରେ କୌଣସି ସକ୍ରିୟ କେସ୍ ଆସିନାହିଁ। ନ୍ୟୁଜିଲ୍ୟାଣ୍ଡରେ ଜଣେ ମହିଳା ଶେଷ କରୋନା ରୋଗୀ ଥିଲେ, କିନ୍ତୁ ତାଙ୍କ ଭିତରେ ମଧ୍ୟ ଗତ ୪୮ ଘଣ୍ଟା ହେବ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ମହିଳା ରୋଗୀ ଜଣକ ଏବେ ଅକଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ୍ ଘୋଷଣା କରିଛନ୍ତି ଯେ “ତାଙ୍କ ଦେଶ ଲେଭଲ୍-୧ ଆଲର୍ଟରୁ ଆଗକୁ ବଢ଼ିବ। ସୋମବାର ବିଳମ୍ବିତ ରାତିରୁ ବିବାହ, ଅନ୍ତିମ ସଂସ୍କାର ଓ ପବ୍ଲିକ୍ ଟ୍ରାନ୍ସପୋର୍ଟକୁ ବିନା କୌଣସି କଟକଣାରେ ପୁଣିଥରେ ଆରମ୍ଭ କରାଯିବ।” ଯଦି ନ୍ୟୁଜିଲ୍ୟାଣ୍ଡରେ କରୋନା ଭାଇରସର ଗୋଟିଏ ବି ମାମଲା ସାମ୍ନାକୁ ନଆସେ, ତାହେଲେ ଆସନ୍ତା ସପ୍ତାହରେ ଦେଶକୁ କରୋନାଭାଇରସ୍ ମୁକ୍ତ ଭାବେ ଘୋଷଣା କରାଯିବ। ପ୍ରାୟ ୫୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ମୋଟ ୧୫୦୪ ଲୋକ କରୋନା କବଳକ ଆସିଥିଲେ ଏବଂ ୨୨ଜଣ ଲୋକ ମୃତ୍ୟୁବରଣ କରିଥିଲେ।

ସମସ୍ତ କରୋନା ମାମଲା ଶେଷ ହେବା ପରେ ନ୍ୟୁଜିଲ୍ୟାଣ୍ଡ ଏକ ନୂଆ ଆପ୍ସ ଲଞ୍ଚ୍ କରିଛି, ଯାହା ସହାୟତାରେ ହେଲଥ୍ କେୟାର ପ୍ରଫେସନାଲଙ୍କୁ କେସ୍ ସମ୍ବନ୍ଧିତ ଅପଡେଟ୍ ମିଳିବ। ତେବେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ଦେଶର ବାହାରୁ ନୂଆ ମାମଲା ଆସିବାର ସମ୍ଭାବନା ରହିଛି। ତେଣୁ ଏହାକୁ ଆଖି ଆଗରେ ରଖି ନାଗରିକ ଓ ବାସିନ୍ଦାଙ୍କୁ ଛାଡ଼ି ଦେଲେ ଅନ୍ୟ ସବୁ ଲୋକଙ୍କ ପାଇଁ ଦେଶର ସୀମା ବନ୍ଦ ରହିଛି।



from Odisha Reporter https://ift.tt/2YaoDOF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages