ନୂଆଦିଲ୍ଲୀ: ପଙ୍ଗୋଙ୍ଗ ହ୍ରଦ ନିକଟ ଭାରତୀୟ ସୀମାରେ ଚାଇନା ସୈନ୍ୟ ପ୍ରବେଶ କରିଛନ୍ତି। ଚାଇନା ସୈନ୍ୟକୁ ତୁରନ୍ତ ସ୍ଥାନ ଖାଲି କରିବାକୁ ଭାରତ ପକ୍ଷରୁ କୁହାଯାଇଛି। ସୋମବାର ଭାରତ ଓ ଚାଇନା ମଧ୍ୟରେ ସାମାରିକ ସ୍ତରୀୟ ଆଲୋଚନା ହୋଇଥିଲା।
ଏହି ସମୟରେ ଚାଇନା ସୈନ୍ୟ ସୀମା ଲଙ୍ଘିଥିବା କଥା ଭାରତ ପକ୍ଷରୁ ବେଜିଂକୁ କୁହାଯାଇଛି। ସେହିପରି ତୁରନ୍ତ ସ୍ଥାନ ଖାଲି କରିବାକୁ ଭାରତ କହିଛି। ଜୁନ୍ ୧୫ ରାତିରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷକୁ ଭାରତ ଯୋଜନାବଦ୍ଧ ଭାବେ ଚାଇନା ତରଫରୁ କରାଯାଇଛି ବୋଲି ଭାରତ ବୈଠକରେ ସମସ୍ତଙ୍କୁ ଅବଗତ କରାଇଛି।
ବୈଠକ ବେଳେ ଏପ୍ରିଲ ମଧ୍ୟଭାଗର ସ୍ଥିତାବସ୍ଥା ବଜାୟୀ ରଖିବା ପାଇଁ ଭାରତ ଦାବି କରିଛି। ଏହାର ଅର୍ଥ ପିଏଏଲ ସଦସ୍ୟ ଫିଙ୍ଗର ୪ରୁ ୮ରୁ ପଛକୁ ଘୁଞ୍ଚିବେ। ଏହି ଫିଙ୍ଗର ୪ରୁ ୮ ପଙ୍ଗୋଙ୍ଗ ଟିଏସ୍ଓରେ ରହିଛି। ଭାରତର ଏହି ଅଞ୍ଚଳରେ ଚାଇନା ପ୍ରବେଶ କରି ସେଠାରେ ନିର୍ମାଣ କାମ କରୁ ଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି। ତେଣୁ ଚାଇନା ଏଭଳି ନୀତି ବଦଳାଉ ବୋଲି ଭାରତ କହିଛି।
ଏଥିସହ ଗଲୱାନ, ଗୋଗ୍ରା-ହଟ୍ସସ୍ପ୍ରିଙ୍ଗ, ଡେପସାଙ୍ଗ ଓ ଛୁଶୁଲ ଠାରେ ଉତ୍ତେଜନା ହ୍ରାସ କରିବାକୁ ଦାବି କରାଯାଇଛି। ସୋମବାର ଦୁଇ ଦେଶର କର୍ପସ କମାଣ୍ଡରଙ୍କ ମଧ୍ୟରେ ପ୍ରାୟ ୧୧ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା। ଚାଇନା ପାର୍ଶ୍ୱରେ ଥିବା ଛୁଶୁଲ-ମୋଲଡୋ ସୀମାନ୍ତରେ ଏହି ଆଲୋଚନା ଦିନ ୧୧.୩୦ରୁ ଆରମ୍ଭ ହୋଇ ରାତି ପ୍ରାୟ ୧୦.୩୦ ଯାଏ ଚାଲିଥିଲା।
The post ପଙ୍ଗୋଙ୍ଗର ଭାରତୀୟ ସୀମାରେ ପଶିଛି ଚାଇନା, ନୂଆଦିଲ୍ଲୀର ଦୃଢ଼ ପ୍ରତିବାଦ appeared first on Odisha Reporter.
from Odisha Reporter https://ift.tt/2Z3m2pZ
No comments:
Post a Comment