ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୩୫୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୧୩୧ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବାରୁ ରାଜ୍ୟରା କରୋନା ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚି ଯାଇଛି।
୧୧୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୫ଟି ଲୋକାଲ୍ କେସ୍ ରହିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଝାରସୁଗୁଡ଼ାରୁ ୨ ଜଣ ଥିବା ବେଳେ ମାଲକାନଗିରିରୁ ୩, କେନ୍ଦୁଝରରୁ ୫, ଯାଜପୁରରୁ ୩, ଖୋର୍ଦ୍ଧାରୁ ୮, ଅନୁଗୋଳରୁ ୬, ଦେବଗଡ଼ରୁ ୨, କଟକରୁ ୩, ଗଞ୍ଜାମରୁ ୬, ସୁନ୍ଦରଗଡ଼ରୁ ୪, ପୁରୀରୁ ୧୫, ବୌଦ୍ଧରୁ ୩, ଗଜପତିରୁ ୫, ସମ୍ବଲପୁରରୁ ୫, ବଲାଙ୍ଗିରରୁ ୫, ମୟୂରଭଞ୍ଜରୁ ୭, ବାଲେଶ୍ୱରରୁ ୫ ଓ ନୟାଗଡ଼ରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀରୁ ୨୧ ଜଣ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ୍ ବାହାରିଛି।
COVID-19 REPORT FOR 11th JUNE
New Positive Cases: 112
In quarantine: 107
Local contacts: 5(Details of local contacts will be shared by concerned District Administration)
District Wise Cases
1. Jharsuguda: 2
2. Malangiri: 3
3. Keonjhar: 5
4. Jajpur: 3
5. Khordha: 8
6. Angul: 6— I & PR Department, Odisha (@IPR_Odisha) June 12, 2020
from Odisha Reporter https://ift.tt/2zqF699
No comments:
Post a Comment