ବାରିପଦା(ମାଣିକ ଲାଲ ପାଣି): ଭିଜିଲାନ୍ସ ଜାଲରେ ପଡ଼ିଲେ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ(CVDO) ଅଭୟ କୁମାର ତ୍ରିପାଠୀ । କାର୍ରେ ବାରିପଦାରୁ ଭୁବନେଶ୍ୱର ଯାଉଥିବା ବେଳେ ବାଲେଶ୍ୱର ଓ ବାରିପଦା ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କ ନିକଟରୁ ପ୍ରାୟ ୪ ଲକ୍ଷ ଟଙ୍କା ଜବତ କରିଛି।
ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଆଜି ସକାଳୁ ବାରିପଦାରୁ ଭୁବନେଶ୍ୱର ନିଜ କାର୍ ଯୋଗେ ଯାଉଥିଲେ। ପୂର୍ବ ଯୋଜନା ମୁତାବକ, ବେତନଟୀ ନିକଟରେ ଭିଜିଲାନ୍ସ ଟିମ୍ ଅଟକାଇ ତାଙ୍କ ଗାଡ଼ି ଯାଞ୍ଚ କରିଥିଲା। ଏହାପରେ ତାଙ୍କ କାର୍ରୁ ପ୍ରାୟ ୪ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏହାପରେ ମୁଖ୍ୟ ପ୍ରାଣୀ ଚିକିତ୍ସାଙ୍କୁ ବାରିପଦାସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଉଛି। ଅଭୟ କୁମାରଙ୍କ ବାରିପଦାସ୍ଥିତ ସରକାରୀ ବାସଭବନ ଓ ଭଡ଼ା ଘରେ ମଧ୍ୟ ଚଢ଼ାଉ ଜାରି ରହିଛି।
ତେବେ ଏତେ ଟଙ୍କା କେଉଁଠୁ ଆସିଲା, କଣ କରିବାକୁ ଏତେ ଟଙ୍କା ଧରି ସେ ଭୁବନେଶ୍ୱର ଯାଉଥିଲେ, ତାର ତନାଘନା କରୁଛି ଭିଜିଲାନ୍ସ।
from Odisha Reporter https://ift.tt/2XVid74
No comments:
Post a Comment