ମୁମ୍ବାଇ: ମା’ ହେଲେ ଟେଲିଭିଜନ ଅଭିନେତ୍ରୀ ଶିଖା ସିଂହ। ସେ ଏକ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଗତକାଲି ସକାଳେ ମୁମ୍ବାଇର ଏକ ହସ୍ପିଟାଲ୍ରେ ତାଙ୍କର ପ୍ରସବ ହୋଇଥିଲା।
ଶିଖା ଓ ତାଙ୍କ ସ୍ୱାମୀ କରନ ଶାହ ଝିଅର ନାଁ ଆଲୟନା ସିଂହ ଶାହ ରଖିଛନ୍ତି। ଶିଖା ତାଙ୍କ ଝିଅର ଏକ ଫଟୋ ସୋଶାଲ୍ ମିଡିଆରେ ଶେଆର କରିଛନ୍ତି ଓ ସମସ୍ତଙ୍କ ଭଲ ପାଇବା ନେଇ ଧନ୍ୟବାଦ ଦେଇଛନ୍ତି।
ଗତ ଏପ୍ରିଲ୍ ମାସରେ ହିଁ ଶିଖା ଗର୍ଭବତୀ ଥିବା ଜଣାପଡ଼ିଥିଲା। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ପୋଷ୍ଟ କରିଥିଲେ ଓ ସେହି ଫଟୋରୁ ହିଁ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହି ଫଟୋରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହା ପରେ ଶିଖା ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ନିୟମିତ ବ୍ୟବଧାନରେ ଫଟୋ ପୋଷ୍ଟ କରି ନିଜ ସଂପର୍କରେ ସୂଚନା ଦେଉଥିଲେ।
ଶିଖା ଓ କରନ ୨୦୧୬ରେ ବାହା ହୋଇଥିଲେ। ଶିଖା ଜଣେ ଅଭିନେତ୍ରୀ ହୋଇଥିବା ବେଳେ କରନ ଜଣେ ପାଇଲଟ୍। ଶିଖା ସବ୍ ଟିଭିରେ ପ୍ରସାରିତ ‘ଲେଫ୍ଟ ରାଇଟ୍ ଲେଫ୍ଟ’ ମାଧ୍ୟମରେ ଟେଲିଭିଜନରେ ଡେବ୍ୟୁ କରିଥିଲେ। ସେ ‘ଉତ୍ତରନ୍’, ‘ନା ଆନା ଇସ୍ ଦେଶ୍ ଲାଡୋ’, ‘ମହାଭାରତ’, ‘ସସୁରାଲ ସିମର କା’ ଓ ‘କୁମ୍କୁମ୍ ଭାଗ୍ୟ’ରେ ଅଭିନୟ କରିଛନ୍ତି।
from Odisha Reporter https://ift.tt/2YGTmmP
No comments:
Post a Comment