ପ୍ରଧାନମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 17, 2020

ପ୍ରଧାନମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ ମଧ୍ୟରେ ବହୁତ ଦିନ ହେଲା ଦେଖାଯାଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବେ ସବୁ ସୀମା ପାର କରି ଯାଇଛି। ସୋମବାର ଗଲୱାନ ଉପତ୍ୟକାରେ ଚୀନ ସେନାର ଆକ୍ରମଣରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ମଧ୍ୟ ଅଛନ୍ତି। ଭାରତୀୟ ସୈନଙ୍କ ପାଲଟା ଜବାବରେ ଚୀନର ୪୩ ଯବାନ ମୃତାହତ ହୋଇଥିବା ଜଣାପଡ଼ିଛି। ଉଭୟ ଦେଶ କୁଟନୈତିକ ସ୍ତରରେ ଏହି ମାମଲାକୁ ଶାନ୍ତ କରିବାକୁ ପ୍ରୟାସ କରୁଛନ୍ତି। ତେବେ ଏହା ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପିଏମ୍‌ଓରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍‌ ୧୯ ତାରିଖର ଅପରାହ୍ଣ ୫ଟାରେ ଏହି ସର୍ବଦଳୀୟ ବୈଠକ ବସିବ। ବିଭିନ୍ନ ରାଜନୈତିକ ଦଳର ସଭାପତିମାନେ ଏହି ଭର୍ଚୁଆଲ ବୈଠକରେ ସାମିଲ ହେବେ।



from Odisha Reporter https://ift.tt/30Nb4aQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages