ମସ୍କୋ: ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ରୁଷରେ ପହଞ୍ଚି ଯାଇଛି। ବର୍ତ୍ତମାନ ରୁଷ ଗସ୍ତରେ ଥିବା ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେଠାରେ ତାଙ୍କର ଚାଇନିଜ ପ୍ରତିପକ୍ଷଙ୍କ ସହ କୌଣସି ପ୍ରକାରର ଆଲୋଚନା କରିବେ ନାହିଁ ବୋଲି ଜଣାପଡ଼ିଛି।
ଆଜି ରୁଷ, ଚାଇନା ଓ ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହେବାର ଥିଲା। କିନ୍ତୁ ଲଦାଖରେ ଚାଇନା ନିଜର ବିସ୍ତାରବାଦୀ ନୀତିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିବାରୁ ଭାରତ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଏଥିସହ ରୁଷକୁ ରାଜନାଥ ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି।
ଅନ୍ୟପକ୍ଷରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ରୁଷ ବଡ଼ ବୟାନ ଦେଇଛି। ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ କହିଛନ୍ତି, ଭାରତ ଓ ଚାଇନା ମଧ୍ୟରେ ଦୀର୍ଘ ବର୍ଷ ହେଲାଣି ଚାଲିଥିବା ବିବାଦର ସମାଧାନ ପାଇଁ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଦରକାର ନାହିଁ। ସେ ଆହୁରି କହିଛନ୍ତି, “ମୁଁ ଭାବୁଛି ଭାରତ ଓ ଚାଇନା କୌଣସି ବାହ୍ୟ ରାଷ୍ଟ୍ରର ସହାୟତା ଚାହୁଁନାହାନ୍ତି। ଦେଶ କଥା ସାମ୍ନାକୁ ଆସିଲେ ମୁଁ ଭାବୁଛି ସେମାନେ କାହାର ସହଯୋଗ ଲୋଡ଼ିବେ ନାହିଁ। ସେମାନେ ମିଳିତ ଭାବେ ବିବାଦର ସମାଧାନ କରିବେ।
ନୂଆଦିଲ୍ଲୀ ଓ ବେଜିଂ ଶାନ୍ତିପୂର୍ଣ୍ଣ ସଂକଳ୍ପ ପାଇଁ ଇଚ୍ଛାଶକ୍ତି ଦେଖାଇଛନ୍ତି। ସେମାନେ ପ୍ରତିରକ୍ଷା ଓ କୂଟନୀତିକ ବୈଠକ ମଧ୍ୟ ଆରମ୍ଭ କରିଛନ୍ତି। ତେଣୁ ଖୁବଶୀଘ୍ର ଉଭୟ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ହୋଇପାରିବ।”
ଏହି ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଚାଇନାର ବୈଦେଶିକ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ।
The post ଚାଇନା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବେନି ରାଜନାଥ, ରୁଷ ଲଦାଖ ବିବାଦ ସମ୍ପର୍କରେ ଦେଲା ବଡ଼ ବୟାନ appeared first on Odisha Reporter.
from Odisha Reporter https://ift.tt/2Vcagse
No comments:
Post a Comment