ଭାଇକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲା ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

ଭାଇକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲା ଭଉଣୀ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ମଙ୍ଗପୁର ନିକଟସ୍ଥ ଦେବୀ ନଦୀରେ ବୁଡି ଜଣେ ନାବାଳିକା ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇ ଭାଇଭଉଣୀ ଗୁରୁତର ହୋଇଛନ୍ତି।  

 ସୂଚନା ଅନୁସାରେ, ମାମୁ ଘର ମଙ୍ଗପୁର ଖାଲଗାଁସ୍ଥିତ ବନ୍ଧୁ ଘରକୁ ୪ ସମ୍ପର୍କୀୟ ଭାଇଭଉଣୀ ବୁଲିବାକୁ ଯାଇଥିଲେ। ଗତକାଲି ଅପରାହ୍ନରେ ସେମାନେ ନଦୀ କୂଳକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଅମରେଶ ପରିଡ଼ା ନାମକ ନାବାଳକର ଚପଲ ପାଣିରେ ପଡି ଯାଇଥିଲା। ତେବେ ଚପଲ ଆଣିବାକୁ ଚେଷ୍ଟା କରି ଅମରେଶ ନଈରେ ଖସି ପଡ଼ିଥିଲା । ଏହା ଦେଖି ନିକଟରେ ଥିବା ସମ୍ପର୍କୀୟ ଭଉଣୀ ପୂଜା ନାୟକ ତାକୁ ଉଦ୍ଧାର କରିବାକୁ ଯାଇ ପାଣିରେ ପଡ଼ିଯାଇଥିଲା । ଏହାଦେଖି  ଅମରେଶର ଭଉଣୀ ଅନୁରାଧା ମଧ୍ୟ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯାଉ ବୁଡ଼ି ଯାଇଥିଲା । ଏହା ଦେଖି ଉପରେ ଥିବା ଅନ୍ୟଜଣେ ନାବାଳିକା ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବାଲିକୁଦା ମେଡିକାଲ ଆଣିଥିଲେ ।

ସେଠାରେ ଡାକ୍ତର  ପୂଜା ନାୟକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କୁ ସେଠାରୁ ଜଗତସିଂହପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଦୁଇ ଭାଇ ଭଉଣି ଅମରେଶ ଓ ଅନୁରାଧାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବାଲିକୁଦା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

The post ଭାଇକୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲା ଭଉଣୀ appeared first on Odisha Reporter.



from Odisha Reporter https://ift.tt/2zVTI0i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages