ଭୁଶୁଡ଼ି ପଡ଼ିଲା ଇଟାଭାଟି, ଆଖି ବୁଜିଲେ ୨ ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ଭୁଶୁଡ଼ି ପଡ଼ିଲା ଇଟାଭାଟି, ଆଖି ବୁଜିଲେ ୨ ଭଉଣୀ

କଳାହାଣ୍ଡି(ରାଜକୁମାର ସିଂଦେଓ): ପରିବାର ମୁହଁରେ ମୁଠାଏ ଦାନା ଦେବାକୁ କଳାହାଣ୍ଡି ଜିଲ୍ଲାର ୨ ଭଉଣୀ ଦାଦନ ଖଟିବାକୁ ସୁଦୂର ତାମିଲନାଡ଼ୁ ଯାଇଥିଲେ । ହେଲେ ଦଇବ ସହିଲାନି। ସେଠାରେ ଇଟାଭାଟିରେ କାମ କରୁଥିବା ବେଳେ ସେମାନଙ୍କ ଶୋଚନୀୟ ମୃତ୍ୟୁ ହୋଇଛି।  ଭାଟି ଭୁଶୁଡ଼ି ପଡ଼ିବାରୁ ଏକାଥରେ ଆଖି ବୁଜିଲେ ୨ ଭଉଣୀ।  ମୃତା ଯୁବତୀଦ୍ୱୟ ହେଲେ  ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ସଜନ୍ ଚଣ୍ଡିଙ୍କ ଦୁଇ ଝିଅ ପ୍ରମିଳା ଚଣ୍ଡି ଏବଂ ମଦନା ଚଣ୍ଡି  ।

ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଇଟାଭାଟିରେ କାମ କରିବାକୁ ସେମାନେ ତାମିଲନାଡ଼ୁର  ଥିରୁଭଲୁର୍ ଜିଲ୍ଲାକୁ ଯାଇଥିଲେ। ହେଲେ ସେଠାରେ କାମ କରୁଥିବାବେଳେ ହଠାତ୍ ଭାଟିଟି ସେମାନଙ୍କ ଉପରେ ଭୁଷୁଡ଼ି ଯାଇଥିଲା । ଫଳରେ ତା’ଭିତରେ ଚାପି ହୋଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଶ୍ରମିକଙ୍କ ସହାୟତାରେ ଉଭୟଙ୍କୁ  ମୃତଦେହ ଉଦ୍ଧାର କରାଯାଇଥିବା ଜଣାଯାଇଛି।



from Odisha Reporter https://ift.tt/2Y2t5in

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages