ଗାଁରେ ପଶିଲେ ୨ ଭାଲୁ; ଆକ୍ରମଣରେ ୫ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ଗାଁରେ ପଶିଲେ ୨ ଭାଲୁ; ଆକ୍ରମଣରେ ୫ ଗୁରୁତର

ନୀଳଗିରି(ବିଶ୍ୱମ୍ବର ଦାସ):  ଗାଁରେ ପଶିଗଲେ ୨ଟି ଭାଲୁ। ସେମାନଙ୍କ ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି। ଆଜି ସକାଳୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତର ଟଣକା ଓ ବାଲିଗୁହିରୀ ଗ୍ରାମରେ ଏପରି ଅଘଟଣ ଘଟିଛି।

ଆଜି ସକାଳେ ଗାଁ ଦାଣ୍ଡରେ ଲୋକେ ଯାଆସ କରୁଥିବା ବେଳେ ଅତର୍କିତ ଭାବେ ଦୁଇଟି ଭାଲୁ ଗାଁରେ ପଶିଯାଇଥିଲେ। ଏହାପରେ ସେମାନଙ୍କ ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଭାଲୁଙ୍କୁ ଘଉଡ଼ାଇରୁ ସେମାନେ ଜଙ୍ଗଲମୁହାଁ ହୋଇଥିବା ଜଣାଯାଇଛି।



from Odisha Reporter https://ift.tt/2z4cD8O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages