ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ରାୟ ପରେ ଆଜି ଶ୍ରୀକ୍ଷେତ୍ରରେ ହେଉଛି ରଥଯାତ୍ରା। ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ଜନ୍ମବେଦିକୁ ଯାଉଛନ୍ତି ଲୀଳାମୟ ପ୍ରଭୁ ଜଗନ୍ନାଥ। ବିନା ଭକ୍ତରେ ଚାଲିଛି ମହାପ୍ରଭୁଙ୍କ ରଥଯାତ୍ରା। ମହାପ୍ରଭୁଙ୍କର ଏହି ଅନନ୍ୟ ଯାତ୍ରା ଦେଖିବା ପାଇଁ ଚଳିତବର୍ଷ ଯାଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି। ରଥାରୁଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରି ଦେଉଛି। ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। ଏ କଠିନ ସମୟ ଶୀଘ୍ର ଦୂର ହେବ ଏବଂ ସମସ୍ତଙ୍କ କଲ୍ୟାଣ ହେବ।
ସବୁ ତାଙ୍କରି ଇଚ୍ଛା।#ଜୟଜଗନ୍ନାଥ🙏🏼 pic.twitter.com/CYjz4AXJxa
— Naveen Patnaik (@Naveen_Odisha) June 23, 2020
ସୋଶାଲ୍ ମିଡିଆ ଟ୍ୱିଟ୍ରରେ ଜୟ ଜଗନ୍ନାଥ ଲେଖି ଟ୍ୱିଟ୍ କରିଛନ୍ତି। ଅନ୍ୟ ଏକ ଟ୍ୱିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି-“ରଥରେ ମହାପ୍ରଭୁଙ୍କୁ ଦେଖି ମନ ବିଭୋର ହୋଇଯାଉଛି। ରଥାରୁଢ ମହାପ୍ରଭୁଙ୍କ ଅପୂର୍ବ ଶୋଭା ହୃଦୟକୁ ଭକ୍ତି ଭାବରେ ରସାଣିତ କରି ଦେଉଛି। ମହାପ୍ରଭୁ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ। ଏ କଠିନ ସମୟ ଶୀଘ୍ର ଦୂର ହେବ ଓ ସମସ୍ତଙ୍କ କଲ୍ୟାଣ ହେବ। ସବୁ ତାଙ୍କରି ଇଚ୍ଛା।”
ନବୀନଙ୍କ ଏହି ଟ୍ୱିଟ୍ ପରେ ବହୁ ସମର୍ଥକ ସକାତ୍ମାକ ରି-ଟ୍ୱିଟ୍ କରିଛନ୍ତି। ସବୁ ପ୍ରଶଂସକ ଜୟ ଜଗନ୍ନାଥ ଲେଖିଥିବା ଦେଖିବାକୁ ମିଳିଛି।
The post ନବୀନ ଲେଖିଲେ ଜୟ ଜଗନ୍ନାଥ appeared first on Odisha Reporter.
from Odisha Reporter https://ift.tt/3hTTPL1
No comments:
Post a Comment