ଆଲୋଚନାରୁ ମିଳିଲା ସୁଫଳ, ଲଦାଖ ସୀମାରୁ ପଛକୁ ଘୁଞ୍ଚିବେ ଭାରତ-ଚାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

ଆଲୋଚନାରୁ ମିଳିଲା ସୁଫଳ, ଲଦାଖ ସୀମାରୁ ପଛକୁ ଘୁଞ୍ଚିବେ ଭାରତ-ଚାଇନା

ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚାଇନା ମଧ୍ୟରେ ଦୀର୍ଘ ୧୧ ଘଣ୍ଟା ଧରି ଚାଲିଥିବା ବୈଠକ ଶେଷରେ ସଫଳତାର ସହ ଶେଷ ହୋଇଛି। ସୋମବାର ଉଭୟ ଦେଶ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଏହା ସକାରାତ୍ମ ରହିଛି ଓ ଲଦାଖ ସୀମାରୁ ଦୁଇ ଦେଶ ପକ୍ଷରୁ ନିଜ ନିଜ ସେନାରୁ ପଛକୁ ଘୁଞ୍ଚାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିସ୍‌ଏନଗେଜ୍‌ ପାଇଁ ଉଭୟ ଦେଶ ସହମତି ଭିତ୍ତିରେ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ଲଦାଖ ସୀମାରୁ ସେନା ପ୍ରତ୍ୟାହାର ବୁଝାମଣା ଅନୁଯାୟୀ କରାଯିବ। ସୋମବାର ଦୀର୍ଘ ୧୧ ଘଣ୍ଟା ଧରି ବୈଠକ ବସିଥିଲା। ଲଦାଖ ସୀମାରେ କେମିତି ଉତ୍ତେଜନା ହ୍ରାସ ହୋଇପାରିବ, ସେ ବିଷୟରେ ବିସ୍ତୃତ ଭାବେ ଦୁଇ ଦେଶ ଆଲୋଚନା କରିଥିବା ଜଣାପଡ଼ିଛି।

ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ହେଁ ସରକାରଙ୍କ ପକ୍ଷରୁ ଏଯାଏ କିଛି ବି କୁହାଯାଇ ନାହିଁ।

ଜୁନ୍‌ ୨୨ରେ ଚାଇନା ସୀମାନ୍ତ ମୋଲଡୋ ଠାରେ ଉଭୟ ଦେଶର କର୍ପସ କମାଣ୍ଡରମାନେ ଦିନ ୧୧.୩୦ରୁ ବୈଠକ ଆରମ୍ଭ କରିଥିଲେ। ଏହା ରାତି ପ୍ରାୟ ୧୦.୩୦ ଯାଏ ଚାଲିଥିଲା। ଏହି ସମୟରେ ହିଁ କେମିତି ଉତ୍ତେଜନା ହ୍ରାସ ପାଇପାରିବ, ତା’ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଶେଷରେ ପରସ୍ପର ସହମତି ଭତ୍ତିରେ ଲଦାଖ ସୀମାରୁ ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଛି।

ଜୁନ୍‌ ୬ରେ ମଧ୍ୟ ଦୁଇ ଦେଶର କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଏହି ସମୟରେ ଦୁଇ ଦେଶର ସେନା ସୀମାରେ ଶାନ୍ତି ସ୍ଥାପନ କରିବେ ଓ ସେନା ପ୍ରତ୍ୟାହାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ଜୁନ୍‌ ୧୫ରେ ଉଭୟ ଦେଶର ସେନା ଯବାନଙ୍କ ମଧ୍ୟରେ ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ସେହିପରି ଭାରତର ପାଲଟା ଆକ୍ରମଣରେ ଚାଇନାର ୪୦ରୁ ୫୦ ଜଣ ଯବାନ ନିହତ ହୋଇଥିବା କହିଛନ୍ତି।

The post ଆଲୋଚନାରୁ ମିଳିଲା ସୁଫଳ, ଲଦାଖ ସୀମାରୁ ପଛକୁ ଘୁଞ୍ଚିବେ ଭାରତ-ଚାଇନା appeared first on Odisha Reporter.



from Odisha Reporter https://ift.tt/2YZ8Z9f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages