ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ନୂତନ ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ନେଇ ଦୁଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ସ୍ମୃତିଙ୍କୁ ବିରୋଧ କରି ଗୋଟିଏ ଗୋଷ୍ଠୀ କଂଗ୍ରେସ ଭବନର ଫାଟକରେ ତାଲା ପକାଇ ଦେଇଥିଲେ। ହେଲେ ସ୍ମୃତିଙ୍କ ସମର୍ଥକମାନେ ତାଲା ଭାଙ୍ଗି କଂଗ୍ରେସ ଭବନରେ ପଶିଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣାଧୀନ କରିଛି। ଏଥିସହ ଏହି ଘଟଣାରେ ପୁଲିସ୍ ଜଣ ଅଟକ ରହିଛି।
ଏହି ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଯାହା ହୋଇଛି ଦୁର୍ଭାଗ୍ୟଜନକ, ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠା ନେବୁ। ପୂର୍ବ ଯୁବ ସଭାପତିଙ୍କ ମତ ଅନୁସାରେ ନାଁ ସୁପାରିସ ହୋଇଥିଲା। ତାଙ୍କର ୩୦ ହଜାରରୁ ୪୦ ହଜାର ସଦସ୍ୟ ଥିଲେ। ସେମାନଙ୍କ ଭିତରୁ ଯଦି କିଏ ସଭାପତି ହୋଇଥାଆନ୍ତା ଏ ପରିସ୍ଥିତି ହୋଇ ନଥାଆନ୍ତା। ସମସ୍ତଙ୍କୁ ବସାଇ ନିଷ୍ପତ୍ତି ହୋଇଥିଲେ, ଏ ପରିସ୍ଥିତି ହୋଇ ନଥାନ୍ତା। ଏ ବାବଦରେ ଏଆଇସିସିକୁ ଅବଗତ କରାଯିବ।”
The post କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ appeared first on Odisha Reporter.
from Odisha Reporter https://ift.tt/3hVslob
No comments:
Post a Comment