ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର); ଦୀର୍ଘ ଦିନ ହେବ ବସ୍ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ କରୋନା ମହାମାରୀର ଭୟାବହତାକୁ ଦେଖି ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେଉ ନାହାନ୍ତି। ଏଥିଯୋଗୁ ଘୋର ଆର୍ଥିକ କ୍ଷତି ହେଉଛି। ତେଣୁ ଅନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ ହୋଇପାରେ ବୋଲି କହିଛନ୍ତି ଖୋଦ ପରିବହନ ମନ୍ତ୍ରୀ। କିନ୍ତୁ ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା।
ଅପରପକ୍ଷେ ପ୍ରତିବର୍ଷ ରଥଯାତ୍ରାରେ ପୁରୀରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ। କିନ୍ତୁ ଚଳିତ ବର୍ଷ ରଥ ଯାତ୍ରା ହେବ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ଥିବା ବେଳେ ବସ୍ ଚଳାଚଳ ନେଇ ମଧ୍ୟ କୌଣସି ଆଲୋଚନା ହୋଇନି। ସବୁବେଳେ ରଥଯାତ୍ରା ପୂର୍ବରୁ ୨ ଥର ବୈଠକ ବସେ। ହେଲେ ଏ ପର୍ଯ୍ୟନ୍ତ ଗୋଟିଏ ବି ବୈଠକ ବସିନି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗ କାର୍ଯ୍ୟ କରିବ।
OSRTC ବସ୍ ଚଳାଚଳ ପ୍ରସଙ୍ଗରେ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଲେ, ୬୬ ରୁଟ୍ରୁ ୨୦ଟି ରୁଟ୍ରେ ଲୋକ ହେଉ ନାହାନ୍ତି। ୨ରୁ ୩ ଜଣ ଲୋକ ହେଉଛନ୍ତି। ଅତିବେଶିରେ ୫ ଜଣ ଲୋକ ଯାତ୍ରା କରୁଛନ୍ତି। ବସ୍ ସବୁ କ୍ଷତିରେ ଚାଲୁଥିବାରୁ ବାଧ୍ୟ ହୋଇ ବନ୍ଦ ହେବ ବୋଲି କହିଛନ୍ତି ପଦ୍ମନାଭ ବେହେରା
from Odisha Reporter https://ift.tt/2YpNXjO
No comments:
Post a Comment