ୱାଶିଂଟନ: ପୂର୍ବରୁ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିବା ଆମେରିକା ଏବେ ୟୁ-ଟର୍ଣ୍ଣ ନେଇଛି। ସୋମବାର ଗଲୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚାଇନାର ୪୦ରୁ ୫୦ ଜଣ ଯବାନ ମୃତାହତ ହୋଇଛନ୍ତି।
ଦିନକୁ ଦିନ ବିବାଦ ବଢ଼ୁଥିବାରୁ ଆମେରିକା କ’ଣ ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା ସାଜିବାକୁ ରାଜି କି ବୋଲି ପ୍ରଶ୍ନ ଉଠିଥିଲା। ଏପରି କି ସାମ୍ବାଦିକମାନେ ହ୍ୱାଇଟହାଉସକୁ ଏ ସମ୍ପର୍କରେ ପଚାରିଥିଲେ। ଏହାର ଜବାବ ଦେଇ ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ “ଦୁଇ ଏସିଆ ମହାଦେଶ ମଧ୍ୟରେ ଚାଲିଥିବା ତିକ୍ତତା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନଜର ରହିଛି। ହେଲେ ସେ ମଧ୍ୟସ୍ଥତା କରିବେ କି ନାହିଁ, ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଯୋଜନା ବା ଆଲୋଚନା ହୋଇନାହିଁ।
ତଥାପି ରାଷ୍ଟ୍ରପତି ଘଟଣା ଉପରେ ଅବଗତ ରହିଛନ୍ତି। ସେହିପରି ଆମେରିକା ମଧ୍ୟ ନିୟମିତ ଭାବେ ସ୍ଥିତି ଉପରେ ନଜର ରଖିଛି। ସଂଘର୍ଷରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଆମେ ଗଭୀର ଶୋକ ପ୍ରକାଶ କରୁଛୁ।”
ମେ’ ମାସରୁ ଭାରତ ଓ ଚାଇନା ମଧ୍ୟରେ ଲଦାଖ ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହା ତୀବ୍ର ହେଉଥିବାରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚାହୁଁଥିବା କହିଥିଲେ। ହେଲେ ଭାରତ ଓ ଚାଇନା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।
from Odisha Reporter https://ift.tt/2Y9lpMz
No comments:
Post a Comment