ନୂଆଦିଲ୍ଲୀ: ମାସ୍କ ନଲଗାଇବାରୁ ଦିଲ୍ଲୀ ପୁଲିସର ଜଣେ ଏଏସଆଇ ନିଲମ୍ୱିତ ହୋଇଛନ୍ତି। କରୋନା ନିୟମ ଉଲ୍ଲଘଂନ ଅଭିଯୋଗରେ ଡିସିପି ଏଏସଆଇ ଜଣଙ୍କୁ ନିଲମ୍ୱିତ କରିଛନ୍ତି। ପ୍ରଥମ ଥର ପାଇଁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଠି ନିୟମ ଉଲ୍ଲଘଂନ ଅଭିଯୋଗରେ ଜଣେ ପୁଲିସ କର୍ମୀ ନିଲମ୍ୱିତ ହୋଇଛନ୍ତି।
ସୂଚନାଯୋଗ୍ୟ, ଜୁନ ୧ରେ ଡିସିପି କରୋନା ନିୟମ ଠିକ୍ ଭାବରେ ପାଳନ ହେଉଛି କି ନାହିଁ ବୁଲି ଦେଖୁଥିଲେ। ଏହି ସମୟରେ ଏସିପି ଜଣଙ୍କ ମୁହଁରେ ମାସ୍କ ବା ତୁଣ୍ଡି ବାନ୍ଧିନଥିବା ଦେଖିବାକୁ ମିଳିଥିଲା। ଏହାପରେ ଡିସିପି ଏସଆଇ ଅଧିକାରୀଙ୍କ ଭପରେ ବର୍ଷିଥିଲେ। ଶେଷରେ ନିୟମ ଉଲ୍ଲଘଂନ ଅଭିଯୋଗରେ ତାଙ୍କୁ ନିଲମ୍ୱିତ କରିଛନ୍ତି।
ଦିଲ୍ଲୀ ପୁଲିସ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଏସଆଇ ଜଣଙ୍କ କହିଥିଲେ ଗରମ ହେଉଥିବାରୁ ସେ ମାସ୍କଟିକୁ କିଛି ସମୟ ପାଇଁ ଖୋଲି ଦେଇଥିଲେ। ହେଲେ ଏଏସାଇଙ୍କ କଥାକୁ କେହି କର୍ଣ୍ଣପାତ କରିନଥିବା ଜଣାପଡ଼ିଛି। ନିକଟରେ ଡିସିପିଙ୍କ ଅଫିସରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେଣୁ ଡିସିପିଙ୍କ କାର୍ଯ୍ୟାଳୟ ସିଲ୍ ହୋଇଥିଲା। ଡିସିପିଙ୍କୁ ନେଇ ଅନେକ ପ୍ରଶ୍ନ ଉଠିବା ପରେ କରୋନା ନିୟମକୁ ଡିସିପି କଡ଼ାକଡ଼ି ଭାବରେ ପାଳନ କରିଛନ୍ତି।
from Odisha Reporter https://ift.tt/370TEZk
No comments:
Post a Comment