ପୋଖରୀ ଖୋଳା ବେଳେ ଫୁଟିଲା ବୋମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ପୋଖରୀ ଖୋଳା ବେଳେ ଫୁଟିଲା ବୋମା

ଆସିକା(ମନୋଜ ମୁନି): ଏନଆରଇଜିଏସ କାମ ଚାଲିଥିବା ବେଳେ ଫୁଟିଲା ବୋମା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଉଁଶିଆ ନୂଆପଲ୍ଲୀରେ ଆଜି ସକାଳୁ ଏପରି ଅଘଟଣ ଘଟିଛି।  ବିଲରେ ପୋଖରୀ ଖୋଳା ହେଉଥିବା ବେଳେ ଉକ୍ତ ସମୟରେ ସେଠାରେ ନିୟୋଜିତ ଥିବା ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଛି।

କବିସୂର୍ଯ୍ୟନଗର ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବିଲରେ କିଏ ଓ କାହିଁକି ବୋମା ଲୁଚାଇ ରଖିଥିଲା, ତାହା ଜଣାପଡ଼ିନି। ତେବେ ଏନଆରଇଜିଏସ କାମ ଚାଲୁଥିବା ବେଳେ ଏହାକୁ ବିରୋଧ କରୁଥିବା କିଛି ଲୋକ ହୁଏତ ବୋମା ଲୁଚାଇ ରଖିଥାଇ ପାରନ୍ତି ବୋଲି ଆଲୋଚନା ହେଉଛି।

.  ।



from Odisha Reporter https://ift.tt/3702SVO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages