ବାତ୍ୟା ‘ନିସର୍ଗ’ରେ ଫସିଲେ ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ, ଶେଆର୍ କଲେ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 3, 2020

ବାତ୍ୟା ‘ନିସର୍ଗ’ରେ ଫସିଲେ ଟିମ୍ ଇଣ୍ଡିଆ କୋଚ୍ ରବି ଶାସ୍ତ୍ରୀ, ଶେଆର୍ କଲେ ଭିଡିଓ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଅମ୍ଫାନ୍ ପରେ ଏବେ ମହାରାଷ୍ଟ୍ରରେ ବାତ୍ୟା ‘ନିସର୍ଗ’ ମଧ୍ୟ ଖୁବ ତାଣ୍ଡବ ରଚିଛି। କରୋନା ଭାଇରସ୍ କବଳରେ ଫସିଥିବା ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ନିସର୍ଗର ତାଣ୍ଡବ ଦେଖିବାକୁ ମିଳିଛି। କିଛି ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ମଧ୍ୟ ହୋଇଥିଲା, ଯେଉଁଥିରେ ଅନେକ ଗଛ ଭାଙ୍ଗି ପଡ଼ିଛି।

ଏପରିକି ପବନରେ ବିଭିନ୍ନ ବିଲ୍ଡିଂର ଛାତ ମଧ୍ୟ ଉଡ଼ିଯାଇଥିବା ବେଳେ ଏକାଧିକ ଗାଡ଼ି ଚୁରମାର୍ ହୋଇଯାଇଛି। ନିଗର୍ସ ସର୍ବପ୍ରଥମେ ଅଲିବାଗରେ ଲ୍ୟାଣ୍ଡଫଲ୍ କରିଥିଲା ଏବଂ ପରେ ରତ୍ନଗିରି ମୁହାଁ ହୋଇଥିଲା। ଏହି ବାତ୍ୟାର ପ୍ରଭାବ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ଉପରେ ମଧ୍ୟ ପଡ଼ିଛି।


ବାତ୍ୟା ସମୟରେ ଶାସ୍ତ୍ରୀ ନିଜ ଘର ଭିତରେ ଫସି ରହିଥିଲେ ଏବଂ ବାହାରକୁ ବାହାରିପାରିନଥିଲେ। ତେବେ ବାତ୍ୟା ସମୟର ଭିଡିଓ ଶାସ୍ତ୍ରୀ ନିଜ ଟ୍ୱିଟର ଆକାଉଣ୍ଟରେ ଶେଆର୍ କରିଛନ୍ତି।

ଜୀବନରେ ପ୍ରଥମଥର ଲାଗି ଏଭଳି ବାତ୍ୟାକୁ ଆଖି ଆଗରେ ଦେଖି ଶାସ୍ତ୍ରୀ ଭୟଭୀତ ହୋଇପଡ଼ିଛନ୍ତି। ଶାସ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, “ଏଭଳି ଭୟାବହ ଦୃଶ୍ୟ ପୂର୍ବରୁ କେବେବି ଦେଖିନାହିଁ। ୧୦୦ କିମି ବେଗରେ ପବନ ଦେଖି ମୁଁ ଭୟଭୀତ।”



from Odisha Reporter https://ift.tt/3cxNMrM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages