କରୋନାରେ ଆକ୍ରାନ୍ତ ଷ୍ଟାଫ ନର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 3, 2020

କରୋନାରେ ଆକ୍ରାନ୍ତ ଷ୍ଟାଫ ନର୍ସ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : କରୋନା ଯୋଦ୍ଧା ଏବେ କରୋନା ଦ୍ୱାରା ସଂକ୍ରମିତ । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଷ୍ଟାଫ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

୭ ଦିନ ପୂର୍ବରୁ କାର୍ଯ୍ୟରତ ଷ୍ଟାଫ ନର୍ସଙ୍କ ସ୍ୱାବ୍ ଟେଷ୍ଟ ନିମନ୍ତେ ଯାଇଥିଲା। ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ କରୋନା ପଜିଟିଭ ବୋଲି ଜଣାପଡିଛି । ଏହାପରେ ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଏଥିସହ ଉକ୍ତ କରୋନା ଆକ୍ରାନ୍ତ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ଷ୍ଟାଫ ନର୍ସଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଥିବା ନୟାଗଡ଼ ସିଡିଏମଓ ସୁଧାଂଶୁ ଷଡଙ୍ଗୀ  କହିଛନ୍ତି।

କିନ୍ତୁ ଏହି ୭ ଦିନ ମଧ୍ୟରେ ଷ୍ଟାଫ ନର୍ସଜଣକ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଚିକିତ୍ସାରେ ନିୟୋଜିତ ଥିଲେ। ତେଣୁ ସେ ବହୁ ରୋଗୀଙ୍କ ସମେତ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଥିବାରୁ ଏବେ ସେମାନଙ୍କୁ କିପରି ଚିହ୍ନଟ କରାଯାଇ ପରୀକ୍ଷା କରାଯିବ ତାହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହାଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ଆଶଙ୍କା କରାଯାଉଛି।



from Odisha Reporter https://ift.tt/306HblB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages