ସୁଶାନ୍ତଙ୍କ ପରିବାରକୁ ଭେଟିଲେ ନାନା ପାଟେକର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

ସୁଶାନ୍ତଙ୍କ ପରିବାରକୁ ଭେଟିଲେ ନାନା ପାଟେକର

ମୁମ୍ବାଇ: ଜୁନ୍‌୧୪ତାରିଖ ଦିନ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି। ହଠାତ୍ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବଲିଉଡ୍‌ କଳାକାରଙ୍କ ସମେତ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି। ସୁଶାନ୍ତଙ୍କ ଦେହାନ୍ତ ପରେ ତାଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ବଲିଉଡ୍‌ କଳାକାର ସୁଶାନ୍ତଙ୍କ ପରିବାରକୁ ଭେଟୁଛନ୍ତି। ସୁଶାନ୍ତଙ୍କ ରୁମର୍‌ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ଏବଂ କିର୍ତ୍ତୀ ସନନ୍ ସୁଶାନ୍ତଙ୍କ ପରିବାରକୁ ଭେଟିଥିଲେ। ଏବେ ବଲିଉଡ୍‌ ଅଭିନେତା ନାନା ପାଟେକର ସୁଶାନ୍ତଙ୍କ ପରିବାରକୁ ଭେଟିଛନ୍ତି। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଏକ ଭିଡ଼ିଓରେ ଯାହା ଦେଖିବାକୁ ମିଳିଛି ନାନା ପାଟେକର କାର୍‌ରୁ ମାସ୍କ ଲଗାଇ ଓହ୍ଲାଉଛନ୍ତି ଏବଂ  ସୁଶାନ୍ତଙ୍କ ବିହାର ସ୍ଥିତ ବାସଭବନରେ ପହଞ୍ଚୁଛନ୍ତି। କିଛି ଫଟୋ ମଧ୍ୟ ଭାଇରାଲ୍‌ ହେଉଛି ଯେଉଁଥିରେ ନାନା ପାଟେକରଙ୍କୁ ସୁଶାନ୍ତଙ୍କ ବାପା କେ କେ ସିଂହଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳିଛି।

ଗତ କିଛି ଦିନ ତଳେ, ତେଜସ୍ୱୀ ଯାଦବ, ସୁଶୀଲ କୁମାର ମୋଦୀ, ରବି ଶଙ୍କର ପ୍ରସାଦ ଏବଂ ମନୋଜ ତିୱାରୀଙ୍କ ପରି ବହୁ ରାଜନେତା ମଧ୍ୟ ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ବଲିଉଡ ବ୍ୟତୀତ ପବନ ସିଂ, ଖେସରୀ ଲାଲ ଯାଦବ, ରାକେଶ ମିଶ୍ର ଏବଂ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅକ୍ଷରା ସିଂ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟଙ୍କୁ ସମବେଦନା ଜଣାଇଛନ୍ତି।

ଆଗକୁ ସୁଶାନ୍ତଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ ୨୪ ଜୁଲାଇରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ।

The post ସୁଶାନ୍ତଙ୍କ ପରିବାରକୁ ଭେଟିଲେ ନାନା ପାଟେକର appeared first on Odisha Reporter.



from Odisha Reporter https://ift.tt/2Adryyb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages