ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ (ନିଜାମ ସହର) ପୁଣିଥରେ ୧୫ ଦିନ ପାଇଁ ଲକଡାଉନ୍ ହୋଇପାରେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ଏଭଳି କିଛି ଇଙ୍ଗିତ କରିଛନ୍ତି। କରୋନା ଭାଇରସର ପ୍ରଭାବ ଦ୍ରୁତ ଗତିରେ ବିସ୍ତାର କରୁଥିବା ଦେଖି ହାଇଦ୍ରାବାଦକୁ ପୁଣି ଥରେ ଲକଡାଉନ କରିବାକୁ ବିଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।
କେସିଆର କହିଛନ୍ତି, କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଗରିବଙ୍କ ଚିକିତ୍ସା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି।
ସେହିପରି ରାଜ୍ୟ ମୁଖ୍ୟ ଶାସନ ସଚିବ ସରକାରୀ ବିବୃତ୍ତି ଜରିଆରେ କହିଛନ୍ତି, ହାଇଦ୍ରାବାଦ ପୁଣି ଥରେ ଲକଡାଉନ୍ ହେବା ଦରକାର। ମେଡିସିନ୍ ଏବଂ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଏଭଳି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଲକଡାଉନ୍ ଛାଡ କରିବା ପରେ ଦେଶରେ ଅନଲକ ଓ୍ୱାନ ଚାଲିଛି। ଜୁନ୍ ୩୦ରେ ଏହାର ଅବଧି ଶେଷ ହେବାକୁ ଯାଉଛି। ତେଲେଙ୍ଗାନା ସରକାର ମଧ୍ୟ ଲକଡାଉନ୍ ହଟାଇ ଦେଇଥିଲେ। ଏହାପରେ କେବଳ ହାଇଦ୍ରାବାଦରେ ଏଯାବତ କରୋନୋ ସଂକ୍ରମିତଙ୍କ ସଂଖ୍ୟା ୧୦,୦୦୦ ଅତିକ୍ରମ କରିଛି। ତେଣୁ ଲକଡାଉନ୍ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ଜିନିଷ କିଣା କିଣି ଉପରେ ଘଣ୍ଟାଏରୁ ଦୁଇ ଘଣ୍ଟା ପାଇଁ ଛାଡ଼ କରିବାକୁ ନିଷ୍ପତ୍ତି ନେଉଥିବା ସୂଚନା ରହିଛି।
ଯଦି ସରକାର ସେମିତି କିଛି କଡ଼ା ପଦକ୍ଷେପ ଗ୍ରହଣ କରିବେ ତା’ହେଲେ କ୍ୟାବିନେଟ୍ ବୈଠକ ଡକାଯିବ ବୋଲି ଜଣାପଡ଼ିଛି। ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ରବିବାର କରୋନା ଉପରେ ରାଜ୍ୟ ସରକାର ସମୀକ୍ଷା କରିଥିଲେ। ଏହି ବୈଠକରେ କରୋନା ମୁକାବିଲା ପାଇଁ ରଣନୀତି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ଉପରେ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା। ବୈଠକରେ ଏକ ଅଭିଜ୍ଞ ଡାକ୍ତରୀ ଟିମ୍ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଏଟେଲା ରାଜେନ୍ଦ୍ର, ପୌରପାଳିକା ପ୍ରଶାସନ ମନ୍ତ୍ରୀ କେ.ଟି.ରାମା ରାଓ ଯୋଗ ଦେଇଥିଲେ।
The post ଲକଡାଉନ୍ ହେବ ନିଜାମ ସହର! appeared first on Odisha Reporter.
from Odisha Reporter https://ift.tt/31ox5Nk
No comments:
Post a Comment