ମୋହନା(ମିହିର ଯତି): ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଆଶ୍ରୟପୁର ଗାଁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସାମୁଏଲ ଶବର (୪୦) । ତାଙ୍କ ଘର ଆଶ୍ରୟପୁର ଗାଁରେ।
ଆଜି ଭୋର ପ୍ରାୟ ୪ଟା ବେଳେ ସାମୁଏଲ କୋଣସି କାମରେ ଆଶ୍ରୟପୁର ଗାଁରୁ ବିରିକୋଟ ଅଭିମୁଖେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଏକ ଚାରି ଚକିଆ ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି।
The post ଚାଲି ଚାଲି ଯାଉଥିଲେ; ଅଜଣା ଗାଡ଼ି ଦେଲା ଧକ୍କା appeared first on Odisha Reporter.
from Odisha Reporter https://ift.tt/2A8p8AQ
No comments:
Post a Comment