ବୃଦ୍ଧାଙ୍କୁ ଦଳିଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 25, 2020

ବୃଦ୍ଧାଙ୍କୁ ଦଳିଲା ହାତୀ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର କୋଡ଼ବାହଲ ଓ  ବାଦୀବାହଲ ଗାଁରେ ହାତୀ ଉତ୍ପାତ ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀଟି ଜଣଙ୍କୁ ଦଳି ମାରିବା ସହ ଦୋକାନ ଘର ଓ ଫସଲ ନଷ୍ଟ କରିଛି।

ଆଜି ଭୋରରୁ କୋଡ଼ବାହଲ ଗାଁର ଜଣେ ବୃଦ୍ଧଙ୍କୁ ହାତୀ ଦଳି ଦେଇଛି। ତାଙ୍କ ନାଁ ନେନି ଉର୍ମା। ସେ ଶୌଚ ପାଇଁ  ଯିବା ସମୟରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ।  ହାତୀଟି ତାଙ୍କୁ ଦଳି ଦେଇଥିଲା। ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଗତକାଲି ରାତିରେ ବାଦୀବାହଲ ଗାଁରେ ଏକ ହାତୀ ପଶି ବ୍ୟାପକ କ୍ଷତି ଘଟାଇଛି। ଦୁଇଟି ଦୋକାନ ଘର ଭାଙ୍ଗି ଦେଇଛି। ଆଉ ସେଠାରେ ଥିବା ଜିନିଷ ପତ୍ର ଖାଇବା ସହ ନଷ୍ଟ କରିଦେଇଛି। ଏହାସହ ଅନେକ ଫସଲ ମଧ୍ୟ ନଷ୍ଟ କରିଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି  ହାତୀ ଘୋଡ଼ାଇବାକୁ ଉଦ୍ୟମ କରିଥିଲା। ହେଲେ ଘୋଉଡ଼ାଇପାରି ନଥିଲା।

The post ବୃଦ୍ଧାଙ୍କୁ ଦଳିଲା ହାତୀ appeared first on Odisha Reporter.



from Odisha Reporter https://ift.tt/31jqFPy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages