ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ସଙ୍ଗରୋଧ କେନ୍ଦ୍ରରେ ଯାବତୀୟ ଅବ୍ୟବସ୍ଥା ଓ ପ୍ରବାସୀଙ୍କ ବିଭ୍ରାଟକୁ ନେଇ ରାଜ୍ୟର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ନାନା ଅଭିଯୋଗ ଆସୁଛି। ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅମୃତ ମଣୋହି ସଙ୍ଗରୋଧ କେନ୍ଦ୍ରରୁ 19 ପ୍ରବାସୀଙ୍କ ଘରବାହୁଡା ବେଳେ ସେମାନଙ୍କ ଆଖିଲୁହରେ ଭିଜିଲା କେନ୍ଦ୍ର ପରିସର। କେନ୍ଦ୍ରରେ ରହିବା ସମୟରେ ସରପଞ୍ଚଙ୍କ ବ୍ୟବହାରରେ ବିମୋହିତ ହୋଇ ପଡ଼ିଥିବା ପ୍ରବାସୀ ଘର ବାହୁଡ଼ା ସମୟରେ ଭାବ ବିହୋଳ ହୋଇ ପଡ଼ିଥିଲେ । ଘରକୁ ଫେରିବା ଖୁସି ଅପେକ୍ଷା କେନ୍ଦ୍ରରୁ ଯିବା ଦୁଃଖରେ ସେମାନେ ନିଜ କୋହକୁ ସମ୍ଭାଳି ପାରି ନ ଥିଲେ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅମୃତ ମଣୋହି ପଞ୍ଚାୟତର ଅମୃତ ମଣୋହି ନୋଡାଲ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ। ଏଠାରେ ୧୪ଦିନ ରହି ଅନ୍ତେବାସୀ ଘରକୁ ଫେରିବା ସମୟରେ ନିଜ କୋହକୁ ସମ୍ଭାଳି ପାରି ନ ଥିଲେ।
କରୋନା ପାଇଁ ଆଳି, ମହାକାଳପଡା, ରାଜନଗର ଆଦି ଅଞ୍ଚଳର ଲୋକେ ରାଜ୍ୟ ବାହାରୁ ଆସିବା ପରେ ଏଠାରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିଲେ । ହେଲେ ଘରକୁ ଫେରିବା ବେଳକୁ ସରପଞ୍ଚ କୁଳମଣୀ ମଲ୍ଲିକଙ୍କ ସହ ପ୍ରବାସ ଫେରନ୍ତା ବି କାନ୍ଦି ପକାଇଥିଲେ ।
ଏହି କ୍ୱାରେଣ୍ଟିନ କେନ୍ଦ୍ରରେ ପ୍ରବାସୀଙ୍କ ଲାଗି ସରପଞ୍ଚ ସମସ୍ତ ସୁବିଧା କରିଥିଲେ ବୋଲି କହିଛନ୍ତି ପ୍ରବାସୀ । ପ୍ରବାସୀଙ୍କୁ ପୁଷ୍ପଗୁଚ୍ଛ ଦେଇ, ମିଠା ଖୁଆଇ ବିଦାୟ ଦେଇଥିଲେ ସରପଞ୍ଚ । ଏମିତିକି ସରପଞ୍ଚ ନିଜସ୍ୱ ଅର୍ଥ ବ୍ୟୟରେ ସ୍ୱତନ୍ତ୍ର ଗାଡିରେ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇଥିବା ଜଣାପଡିଛି ।
from Odisha Reporter https://ift.tt/2YiDG98
No comments:
Post a Comment