ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଖାଲିଆଭଟା- ମତୁଆଲାଗୁଡ଼ା ଗାଁ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ବାଇକଟି ଭାରସାମ୍ୟ ହରାଇ ଇନ୍ଦ୍ରାବତୀ କେନାଲରେ ଖସିପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଜଣଙ୍କ ବିଭୁ କାଣ୍ଡ। ଆହତ ରାଜେଶ ବେରୁଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଘର ଜୁନାଗଡ଼ ବ୍ଲକ୍ ମାଲିଗୁଡ଼ା ଗାଁରେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳେ ରାଜେଶ ନିଜ ସାଙ୍ଗ ବିଭୁଙ୍କ ସହ ଶଶୁର ଘରକୁ ଯାଇଥିଲେ। ସେଠାରୁ ଗତକାଲି ରାତିରେ ଉଭୟ ଘରକୁ ଫେରୁଥିଲେ। ଏହି ସମୟରେ ଖାଲିଆଭଟା- ମତୁଆଲାଗୁଡ଼ା ଗାଁ ନିକଟରେ ଥିବା ଇନ୍ଦ୍ରାବତୀ କେନାଲରେ ସେମାନଙ୍କ ବାଇକ୍ଟି ଭାରସାମ୍ୟ ହରାଇ ଖସିପଡ଼ିଥିଲା। ଘଟଣାସ୍ଥଳରେ ବିଭୁଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜେଶ ଆହତ ହୋଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2Y6pm4s
No comments:
Post a Comment