ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନରେ ବି ବଢ଼ିଛି ପେଟ୍ରୋଲ୍ ଓ ଡିଜେଲ୍ ଦର। ବୁଧବାର ପେଟ୍ରୋଲ୍ ଦରରେ ଲିଟର୍ ପିଛା ୪୦ ପଇସା ଏବଂ ଡିଜେଲ୍ ଦରରେ ଲିଟର ପିଛା ୪୫ ପଇସା ବୃଦ୍ଧି ହୋଇଛି। ଏଥିସହ ଦିଲ୍ଲୀରେ ପେଟ୍ରୋଲ୍ ଲିଟର୍ ପିଛା ୭୩.୪୦ ଟଙ୍କାରେ ପହଞ୍ଚିଛି।
ସେହିପରି ଦେଶର ରାଜଧାନୀରେ ଡିଜେଲ୍ ଦର ଲିଟର ପିଛା ୭୧.୬୨ ଟଙ୍କା ହୋଇଛି। ଏହା ପୂର୍ବରୁ ମଙ୍ଗଳବାର ପେଟ୍ରୋଲ୍ ଦରରେ ଲିଟର୍ ପିଛା ୫୪ ପଇସା ଏବଂ ଡିଜେଲ୍ ଦରରେ ଲିଟର୍ ପିଛା ୫୮ ପଇସା ବୃଦ୍ଧି କରାଯାଇଥିଲା।
ପ୍ରାୟ ୮୨ ଦିନ ଧରି ତୈଳ ଦଳ ସ୍ଥିର ରହିବା ପରେ ରବିବାର ଅର୍ଥାତ୍ ୭ ତାରିଖରେ ତୈଳ କମ୍ପାନୀ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ କାରଣରୁ କ୍ରମାଗତ ଚତୁର୍ଥ ଦିନରେ ମଧ୍ୟ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦରକୁ ବୃଦ୍ଧି କରାଯାଇଛି। ଗତ ଚାରିଦିନ ଭିତରେ ପେଟ୍ରୋଲ୍ ୨.୨୩ ଟଙ୍କା ଏବଂ ଡିଜେଲ୍ ୨.୨୩ ଟଙ୍କା ବଢ଼ିଛି।
from Odisha Reporter https://ift.tt/2Yk3ce3
No comments:
Post a Comment