ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ; ହତ୍ୟା ସନ୍ଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 24, 2020

ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ; ହତ୍ୟା ସନ୍ଦେହ

ଛତ୍ରପୁର (ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁର ପଞ୍ଚାୟତର କୋଙ୍କରଡା ଗାଁରୁ ଜଣେ ମହିଳାଙ୍କୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ମଞ୍ଜୁସା ପ୍ରଧାନ। ତେବେ ମଞ୍ଜୁସାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ମଞ୍ଜୁସା  ଦୁଇ ବର୍ଷ ତଳେ ଜଣେ ଗୁଜରାଟି ଜାତିର ପୁଅ ସହିତ ପଳାଇଯାଇଥିଲେ। ଗତ ୮ ମାସ ହେବ ସେ ନିଜ ଗାଁ କୋଙ୍କରଡାକୁ ଫେରି ସ୍ୱାମୀଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ । ଗତକାଲି ସକାଳେ ମଞ୍ଜୁସାର ମୃତଦେହ ସେ ରହୁଥିବା ଭଡ଼ା ଘରୁ ମିଳିଥିଲା। ମଞ୍ଜୁସାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣା ପରେ ମଞ୍ଜୁସାଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ଭଡ଼ା ଘରୁ ମିଳିଲା ମହିଳାଙ୍କ ମୃତଦେହ; ହତ୍ୟା ସନ୍ଦେହ appeared first on Odisha Reporter.



from Odisha Reporter https://ift.tt/3dyZump

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages