ଟ୍ରକ୍‌ ଆଗକୁ ଡେଇଁ ପଡ଼ିଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 24, 2020

ଟ୍ରକ୍‌ ଆଗକୁ ଡେଇଁ ପଡ଼ିଲେ ଯୁବକ

ସୋର(ଶଶିକାନ୍ତ ବେହେରା): ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଟ୍ରକ୍‌ ଆଗକୁ ଡେଇଁ ପଡ଼ିଲେ ଯୁବକ। ଏପରି ଅଭାବନୀୟ ଘଟଣା ଆଜି ଭୋରରୁ ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ୱର ନିକଟରେ ଘଟିଛି। ଯୁବକଙ୍କ ପରିଚୟ ମିଳି ନ ଥିବା ବେଳେ ଆତ୍ମହତ୍ୟାର କାରଣ ମଧ୍ୟ ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ୱର ନିକଟରେ ଆଜି ସକାଳେ କିଛି ଲୋକ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ସେମାନଙ୍କ ସହ ଉକ୍ତ ଯୁବକ ମଧ୍ୟ ଚାଲୁଥିଲେ। କିଛି ବାଟ ଯିବା ପରେ ସେ ବସି ପଡ଼ିଥିଲେ। ଏହାପରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଆଗକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା ।

ମର୍ଣ୍ଣିଂ ୱାକ୍ କରୁଥିବା ଲୋକେ ଏନେଇ ସୋର ପୁଲିସ୍‌କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଶବ ଜବତ କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ।

The post ଟ୍ରକ୍‌ ଆଗକୁ ଡେଇଁ ପଡ଼ିଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/2YtcxRY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages