ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୬୦୪ ଜଣ ସୁସ୍ଥ ହୋଇଥିବା ବେଳେ ୧୧୬୭ ଜଣ ଚିକିତ୍ସାଧୀନ ଅଛନ୍ତି। ୮ ଜଣଙ୍କର ଏଥିରେ ମୃତ୍ୟୁ ଘଟିଛି। ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲେ ବି ସେମାନଙ୍କର ଅନ୍ୟ କାରଣ ଯୋଗୁ ପ୍ରାଣହାନୀ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।
୧୪ଟି ଜିଲ୍ଲାରୁ ନୂତନ ଭାବେ ଚିହ୍ନଟ ଏହି ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଆଉ ୨୩ଟି ଲୋକାଲ୍ କେସ୍। ୧୭୩ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୪ ଜଣ ଅଛନ୍ତି। ସେହିପରି ଯାଜପୁରରୁ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୯, ଝାରସୁଗୁଡ଼ାରୁ ୧, ନୟାଗଡ଼ରୁ ୭, କଟକରୁ ୧୩, ମୟୂରଭଞ୍ଜରୁ ୧୩, ଭଦ୍ରକରୁ ୪, କଳାହାଣ୍ଡିରୁ ୨, ଗଜପତିରୁ ୧୦, ବଲାଙ୍ଗିରରୁ ୧୧, ବାଲେଶ୍ୱରରୁ ୧୧, ପୁରୀରୁ ୧ ଓ ନୂଆପଡ଼ାରୁ ୮ ଜଣ ଚିହ୍ନଟ ହୋଇଛନ୍ତି।
8. Kalahandi: 2
9. Ganjam: 64
10. Gajapati: 10
11. Bolangir: 11
12. Balasore: 11
13. Puri: 1
14. Nuapada: 8
Total- 173New recoveries: 123
Cumulative tested: 172621
Positive: 2781
Recovered: 1604
Active cases: 1167— I & PR Department, Odisha (@IPR_Odisha) June 6, 2020
୬୪ଟି ନୂଆ କେସ୍ ସହିତ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩୮୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୦୫ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।
ଯାଜପୁର ଜିଲ୍ଲାରେ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୪୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୦ ଜଣ ଚିକିତ୍ସାଧୀନ ରହିଛନ୍ତି।
ଖୋର୍ଦ୍ଧାରୁ ୯ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୨୨୬ (୮୭ ସୁସ୍ଥ, ୧୩୪ ଚିକିତ୍ସାଧୀନ, ୪ମୃତ, ଅନ୍ୟ ଜଣେ ମରିଥିଲେ ହେଁ କରୋନା ଯୋଗୁ ତାହା ଘଟି ନଥିବା କୁହାଯାଇଛି)ରେ ପହଞ୍ଚିଛି।
ବାଲେଶ୍ୱରରୁ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୧୯୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୩୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୨ ଜଣ ଚିକିତ୍ସାଧୀନ ଅଛନ୍ତି। ଏଠାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କରୋନା ଆକ୍ରାନ୍ତ ହେବା ଯୋଗୁ ତାଙ୍କର ମୃତ୍ୟୁ ହୋଇ ନଥିବା କୁହାଯାଇଛି।
କଟକରୁ ଆଉ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୧୬୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮୦ ଜଣ ସୁସ୍ଥ ହୋଇଯାଇଥିବା ବେଳେ ୮୬ ଜଣ ଚିକିତ୍ସାଧୀନ ଅଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।
ଭଦ୍ରକ, ବଲାଙ୍ଗିର ଓ ପୁରୀରେ ଯଥାକ୍ରମେ ୪, ୧୧ ଓ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ଯଥାକ୍ରମେ ୧୪୦ ( ୧୦୬ ସୁସ୍ଥ, ୩୪ ଚିକିତ୍ସାଧୀନ), ୧୧୬ (୩୮ ସୁସ୍ଥ, ୭୮ ଚିକିତ୍ସାଧୀନ) ଓ ୧୦୦ (୮୧ ସୁସ୍ଥ, ୧୯ ଚିକିତ୍ସାଧୀନ)ରେ ପହଞ୍ଚିଛି।
from Odisha Reporter https://ift.tt/30kdq0N
No comments:
Post a Comment