ମହିଳାଙ୍କୁ ଫୋନ କରି ହଇରାଣ କରୁଥିଲେ, ଶେଷରେ ବାନ୍ଧି ଛେଚିଲେ ଗାଁ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 16, 2020

ମହିଳାଙ୍କୁ ଫୋନ କରି ହଇରାଣ କରୁଥିଲେ, ଶେଷରେ ବାନ୍ଧି ଛେଚିଲେ ଗାଁ ଲୋକେ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପୂର୍ବରୁ କେବେ ଦେଖା, ସାକ୍ଷାତ କି ପରିଚୟ ଦିଆନିଆ ହୋଇ ନ ଥିଲା। ଏହାସତ୍ତ୍ୱେ ଜଣେ ମହିଳାଙ୍କୁ ବାରମ୍ବାର ଫୋନ କରି ହଇରାଣ କରୁଥିଲେ ଯୁବକଜଣକ । ହେଲେ ମହିଳାଜଣକ ଯୁବକଙ୍କ ଜାଲରେ ନ ଫସିବାରୁ ଶେଷରେ ସାହସ ଜୁଟାଇ ଛେନାପୋଡ଼ ଧରି ତାଙ୍କ ଘରକୁ ଆସିଥିଲେ। ହେଲେ ଯୁବକଜଣଙ୍କୁ  ଚିହ୍ନି ନ ଥିବା ମହିଳା କହିଥିଲେ ।  ଶେଷରେ ଗାଁ ଲୋକେ ଏକ ଗଛରେ ବାନ୍ଧି ତାଙ୍କୁ ନିର୍ଧୂମ ଛେଚିଛନ୍ତି।  ଏହି ଘଟଣାଟି ଗଂଜାମ ଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର ଅଞ୍ଚଳର ବୋଲି ଜଣାପଡିଛି।  ହେଲେ ଉଭୟ ପକ୍ଷ ତରଫରୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ସୂଚନା ଯୋଗ୍ୟ,  ଗତକାଲି ଅପରାହ୍ନ ସମୟରେ ଯୁବକଜଣକ ସମ୍ପୃକ୍ତ ଗାଁର ଜଣେ ମହିଳାଙ୍କ ଘରେ ପଶିବାକୁ ଚେଷ୍ଟା କରୁଥିଲେ । ଜଣେ ଅଚିହ୍ନା ଯୁବକଙ୍କୁ ଦେଖି ଗାଁ ଲୋକେ କାବୁ କରି ପଚରାଉଚାରା କରିଥିଲେ। ଏଥିସହ ସାଙ୍ଗରେ ମିଠା କାହା ପାଇଁ ଆଣିଛ ବୋଲି  ତାଙ୍କୁ ପଚାରିଥିଲେ। କିନ୍ତୁ ଯୁବକଜଣଙ୍କ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ।

ପରେ ଖୋଳତାଡ଼ କରିବାରୁ ସମ୍ପୃକ୍ତ ଯୁବକଜଣକ ଉକ୍ତ ଗ୍ରାମର ଜଣେ ମହିଳାଙ୍କୁ ବାରମ୍ବାର ଫୋନ କରି ହଇରାଣ କରୁଥିବା ଜଣାପଡ଼ିଥିଲା। ଫଳରେ ଗ୍ରାମବାସୀ ତାଙ୍କୁ ଏକ ଗଛରେ ବାନ୍ଧିବା ସହ ନିର୍ଧୂମ ଛେଚିଥିଲେ। ଫଳରେ ଯୁବକଜଣକ ରକ୍ତାକ୍ତ ଅବସ୍ଥା ହୋଇଯିବାରୁ ତାଙ୍କୁ ଛାଡ଼ି ଦେଇଥିଲେ।  ଏନେଇ ଥାନାରେ ଉଭୟ ପକ୍ଷ କୌଣସି ଅଭିଯୋଗ କରି ନାହାନ୍ତି।



from Odisha Reporter https://ift.tt/2AGstXW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages