ପ୍ରଧାନମନ୍ତ୍ରୀ ଚୁପ୍ କାହିଁକି: ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 16, 2020

ପ୍ରଧାନମନ୍ତ୍ରୀ ଚୁପ୍ କାହିଁକି: ରାହୁଲ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଉପତ୍ୟକାରେ ଲାଇନ୍ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ ଠାରେ ଚୀନ ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ସହିଦ ହେବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧୀ। ସେ ଟ୍ୱିଟ୍ କରି କହିଛନ୍ତି- ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି? କାହିଁକି ସେ ଲୁଚିଛନ୍ତି? ବହୁତ ହୋଇଗଲା। କ’ଣ ଘଟିଛି, ଆମେ ଜାଣିବାକୁ ଚାହୁଁଛୁ।

ସେ ଆହୁରି ଲେଖିଛନ୍ତି- ଆମ ଯବାନମାନଙ୍କୁ ହତ୍ୟା କରିବାକୁ କେମିତି ସାହାସ କଲା ଚୀନ? ସେମାନେ ଆମ ଜାଗା ନେବାକୁ କେମିତି ସାହାସ କଲେ?


ସୂଚନାଯୋଗ୍ୟ, ୧୫-୧୬ ତାରିଖ ରାତିରେ ଚୀନ୍ ଓ ଭାରତୀୟ ସେନା ମଧ୍ୟରେ ସେଠାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଜୁନ୍ ୧୬ ତାରିଖରେ ଉଭୟ ଭାରତ ଓ ଚୀନ ସେନାର ବରିଷ୍ଠ ଅଧିକାରୀଙ୍କ ବୈଠକ ପୂର୍ବରୁ ସୀମାରେ ଚୀନ୍ ତା’ର ଯବାନଙ୍କ ସଂଖ୍ୟା କମାଇବା ସହିତ ଗଲୱାନ ଉପତ୍ୟକାରେ ନିଜ ଅଞ୍ଚଳକୁ ଫେରିଯିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହା ସତ୍ତ୍ୱେ ଚୀନ୍ ସେନା ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ ଦେଖାଯାଇ ନଥିଲା। ସେଥିପାଇଁ ‘୧୬ ବିହାର ରେଜିମେଣ୍ଟ’ର କର୍ଣ୍ଣାଲ୍ ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଭାରତୀୟ ସେନାର ଏକ ଛୋଟ ଦଳ ଚୀନ ସେନା ସହିତ ଆଲୋଚନା କରିବାକୁ ଯାଇଥିଲା। ତେବେ ଆଲୋଚନା ବେଳେ ଉତ୍‌କ୍ଷିପ୍ତ ହୋଇ ଚୀନ ଯବାନମାନେ ହଠାତ୍ ସେମାନଙ୍କ ଉପରେ ଆକ୍ରମଣ କରି ଦେଇଥିଲେ। ଲୁହା ରଡ୍ ଓ ପଥରରେ ସେମାନେ ଆକ୍ରମଣ କରିଥିଲେ। ସେତେବେଳେ ଭାରତୀୟ ଯବାନଙ୍କ ତୁଳନାରେ ଚୀନର ୩ ଗୁଣା ଅଧିକ ଯବାନ ଥିଲେ। ଅବଶ୍ୟ ମାରପିଟ ଆରମ୍ଭ ହେବାର କିଛି ସମୟ ଭିତରେ ଭାରତୀୟ ଯବାନଙ୍କ ଆଉ ଏକ ଦଳ ସେଠାରେ ପହଞ୍ଚି ଯାଇଥିଲା। ପ୍ରାୟ ୩ ଘଣ୍ଟା ଧରି ଉଭୟ ପକ୍ଷ ଯବାନଙ୍କ ମଧ୍ୟରେ ସେଠାରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ କର୍ଣ୍ଣେଲ ସନ୍ତୋଷ ବାବୁ ଏବଂ ଆଉ ୨ ଯବାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ୧୭ ଯବାନ ଆହତ ହୋଇଥିଲେ ଓ କମ୍ ତାପାମାତ୍ରା ଯୋଗୁ ପରବର୍ତ୍ତୀ ସମୟରେ ସେମାନଙ୍କର ବି ମୃତ୍ୟୁ ଘଟିଥିଲା। ସେହିପରି ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇ ଦେଇଥିବା ତଥ୍ୟ ଅନୁଯାୟୀ ଚୀନ୍‌ର ୪୩ ଜଣ ଯବାନ ମୃତାହତ ହୋଇଛନ୍ତି। ଅବଶ୍ୟ ଚୀନ ଏକଥାକୁ ସ୍ୱୀକାର କରୁନାହିଁ।



from Odisha Reporter https://ift.tt/3fru0Qk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages