ଦୁଷ୍କର୍ମ ଉଦ୍ୟମ ଅଭିଯୋଗ; ଗିରଫର ଦିନକ ପରେ ବାହାରେ ବୁଲୁଛି ଅଭିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 1, 2020

ଦୁଷ୍କର୍ମ ଉଦ୍ୟମ ଅଭିଯୋଗ; ଗିରଫର ଦିନକ ପରେ ବାହାରେ ବୁଲୁଛି ଅଭିଯୁକ୍ତ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଳକର ଏକ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ହେଲେ ଏହି ଘଟଣାରେ ଗିରଫ ଅଭିଯୁକ୍ତ ଦିନକ ପରେ ଜାମିନରେ ଆସି ବାହାରେ ବୁଲିବା ଘଟଣାକୁ ନେଇ ସମ୍ପୃକ୍ତ ଯୁବତୀ ପୁଲିସ୍‌ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ସୂଚନା ଅନୁଯାୟୀ, ବରହମପୁର ଥାନା ଅଧୀନ ଏକ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଜଣେ ପ୍ରବାସୀ ଯୁବତୀଙ୍କୁ ଜଣେ ବାହାର ଲୋକ ଆସି ଗତ ୨୬ ତାରିଖରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ସେଠାରେ ରହୁଥିବା ପ୍ରବାସୀ ଅଭିଯୁକ୍ତକୁ ଗଛରେ ବାନ୍ଧି ପିଟିଥିଲେ।  ଖବର ପାଇ ପୁଲିସ୍‌ ପହଞ୍ଚି  ଘଟଣାର ତଦନ୍ତ କରି ଉକ୍ତ ଦିନ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିଲା।

ହେଲେ ଘଟଣାର ଦିନକ ପରେ ଅର୍ଥାତ ୨୭ ତାରିଖରେ ଅଭିଯୁକ୍ତଜଣକ ଜାମିନ୍ ପାଇ ବାହାରେ ବୁଲୁଥିବାରୁ ଦେଖିବାକୁ ମିଳିଥିଲା।ଏହାକୁ ନେଇ ଯୁବତୀଜଣକ ପୁଲିସ୍‌ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ପୁଲିସ୍‌ ଜାଣିଶୁଣି କୋହଳ ଦଫା ଲଗାଇବା ଯୋଗୁ ଅଭିଯୁକ୍ତଜଣକ ଖୁଲମଖୁଲା ବାହାରେ ବୁଲି ପାରୁଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ପୁଲିସ୍‌ଠାରୁ ନ୍ୟାୟ ନ ପାଇ ପୀଡ଼ିତା ଏବେ ସୋଶାଲ ମିଡିଆ ଜରିଆରେ ନ୍ୟାୟ ଭିକ୍ଷା କରିଛନ୍ତି ।

ଗୋଟିଏ ଭିଡିଓରେ ଯୁବତୀଜଣକ ନ୍ୟାୟ ଭିକ୍ଷା କରିବା ସହ ଆଉ ଏକ ଭିଡିଓରେ ଯୁବତୀ ନିଜେ ଅଭିଯୁକ୍ତକୁ ଗଛରେ ବାନ୍ଧି ପିଟୁଥିବାର ଭିଡ଼ିଓ ଭାଇରାଲ ହେଉଛି ।

କ୍ୱାରେଣ୍ଟାଇନ୍‌ ସେଣ୍ଟର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି ହୋଇଥିବା ବେଳେ କିପରି ଜଣେ ବାହାର ବ୍ୟକ୍ତି ପଶିଲା ବୋଲି ଯୁବତୀଜଣକ ପ୍ରଶ୍ନ କରିଛନ୍ତି।

 



from Odisha Reporter https://ift.tt/3dpHQSF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages