ଦିଲ୍ଲୀ ହସ୍ପିଟାଲକୁ ବାହାର ଲୋକଙ୍କୁ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ଦିଲ୍ଲୀ ହସ୍ପିଟାଲକୁ ବାହାର ଲୋକଙ୍କୁ ମନା

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା କରୋନା ସଂକ୍ରମଣ ପରିସ୍ଥିତିକୁ ଦେଖି ଦିଲ୍ଲୀ କ୍ୟାବିନେଟ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏଣିକି ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲରେ କେବଳ ଦିଲ୍ଲୀ ବାସିନ୍ଦାଙ୍କ ଚିକିତ୍ସା ହେବ ବୋଲି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ହସ୍ପିଟାଲରେ ସମସ୍ତଙ୍କ ଚିକିତ୍ସା ହୋଇପାରିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

କେଜ୍ରିବାଲ୍ କହିଛନ୍ତି, ଏଣିକି ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ସବୁ ହସ୍ପିଟାଲ ଏବଂ ସମସ୍ତ ଘରୋଇ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା କରାଯିବ। ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ହସ୍ପିଟାଲଗୁଡ଼ିକରେ ସମସ୍ତଙ୍କ ଚିକିତ୍ସା କରାଯାଇପାରିବ। ଏହାସହ ଦିଲ୍ଲୀ ବାହାରେ ଥିବା ସମସ୍ତ ଲୋକଙ୍କ ପାଇଁ ବୋର୍ଡର ବା ସୀମା ଖୋଲିଦିଆଯିବ ବୋଲି ମଧ୍ୟ କେଜ୍ରିଓ୍ୱାଲ୍ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଦିଲ୍ଲୀରେ ଦିନକୁ ଦିନ କରୋନା ସଂକ୍ରମଣର ସାଂଘାତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆମ ନିକଟରେ କେବଳ ୧୦ ହଜାର ବେଡ୍ ଉପଲବ୍ଧ ଥିବା ବେଳେ ଜୁନ ଶେଷ ସୁଦ୍ଧା ୧୫ ହଜାର ବେଡ୍ ଆବଶ୍ୟକ ହେବ। ଏଭଳି ସ୍ଥିତିରେ ହସ୍ପିଟାଲଗୁଡ଼ିକରେ ସମସ୍ତଙ୍କ ପାଇଁ ଚିକିତ୍ସା କରିବା ସମ୍ଭବ ନୁହେଁ ବୋଲି କେଜ୍ରିଓ୍ୱାଲ୍ କହିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ୍ ଆହୁରି ମଧ୍ୟ କହିଛନ୍ତି, ମାର୍ଚ୍ଚ ମାସ ସୁଦ୍ଧା ଦିଲ୍ଲୀର ସମସ୍ତ ହସ୍ପିଟାଲ ଦେଶର ସବୁ ନାଗରିକଙ୍କ ପାଇଁ ଖୋଲା ଥିଲା। ସବୁ ସମୟରେ ଦିଲ୍ଲୀ ହସ୍ପିଟାଲଗୁଡ଼ିକରେ ୬୦ରୁ ୭୦ ପ୍ରତିଶତ ଲୋକ ବାହାର ରାଜ୍ୟରୁ ଥିଲେ। ହେଲେ ଏବେ କରୋନା ସଂକ୍ରମଣ ସାଂଘାତିକ ଗତିରେ ବ୍ୟାପୁଛି। ଏଭଳି ପରିସ୍ଥିତିରେ ସରକାର ବେଡ୍ ଲାଗି ବ୍ୟବସ୍ଥା କରୁଛନ୍ତି। ଯଦି ଦିଲ୍ଲୀର ହସ୍ପିଟାଲଗୁଡ଼ିକୁ ବାହାର ଲୋକଙ୍କ ପାଇଁ ଖୋଲିଦିଆଯିବ, ତେବେ ଦିଲ୍ଲୀବାସୀଙ୍କ କ’ଣ ହେବ? ଦିଲ୍ଲୀର ୯୦ ପ୍ରତିଶତ ଲୋକ କହିଛନ୍ତି, ଯେପର୍ଯ୍ୟନ୍ତ କରୋନା ପରିସ୍ଥିତି ରହିଛି, ସେର୍ଯ୍ୟନ୍ତ ଦିଲ୍ଲୀ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା କରାଯାଉ। ଏନେଇ ୫ଜଣିଆ ଡାକ୍ତରଙ୍କ କମିଟି ପ୍ରସ୍ତୁତ କରାଯାଇଥିଲା। ସେମାନେ ଏହି ରିପୋର୍ଟ ସରକାରଙ୍କୁ ଦେଇଛନ୍ତି।

କମିଟି କହିଛି ଯେ, ଜୁନ ମାସ ଶେଷ ସୁଦ୍ଧା ଦିଲ୍ଲୀରେ ୧୫ ହଜାର ବେଡ୍ ଆବଶ୍ୟକ ପଡ଼ିବ। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ କାଳରେ ଦିଲ୍ଲୀର ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ହେବା ଉଚିତ୍, ବାହାର ଲୋକଙ୍କ ନୁହେଁ। ଯଦି ସମସ୍ତଙ୍କୁ ଅନୁମତି ଦିଆଯିବ, ତେବେ ୩ ଦିନରେ ସବୁ ବେଡ୍ ପୂର୍ଣ୍ଣ ହୋଇଯିବ।

ଏହାବ୍ୟତୀତ କେଜ୍ରିଓ୍ବାଲ କହିଛନ୍ତି ଯେ, ଆସନ୍ତା କାଲିଠାରୁ ଦିଲ୍ଲୀର ରେସ୍ତୋରାଁ, ମଲ୍, ଧାର୍ମିକସ୍ଥଳ ଆଦି ଖୋଲିଦିଆଯିବ। କେନ୍ଦ୍ର ସରକାରଙ୍କ କରୋନା ଗାଇଡଲାଇନକୁ ସମ୍ପୂର୍ଣ୍ଣ ପାଳନ କରିବା ଆବଶ୍ୟକ ରହିବ। ତେବେ ହୋଟେଲ ଏବଂ ବ୍ୟାଙ୍କେଟ୍ ହଲ୍ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ।



from Odisha Reporter https://ift.tt/2Y8YVdl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages