ମହୁ ସଂଗ୍ରହ କରିବାକୁ ଯାଇ ଯୁବକଙ୍କ ଜୀବନ ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

ମହୁ ସଂଗ୍ରହ କରିବାକୁ ଯାଇ ଯୁବକଙ୍କ ଜୀବନ ଗଲା

ଉଦଳା(ମାନସ ପାଣି): ମହୁ ସଂଗ୍ରହ କରିବାକୁ ଯାଇ ମହୁମାଛି ଆକ୍ରମଣରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ଏଥିସହ ୨ ଜଣ ଆହତ ହୋଇଛନ୍ତି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଚେମଚେଟା ଗାଁରେ ଘଟିଛି।

ଗତକାଲି ସନ୍ଧ୍ୟାରେ ଏହି ଗାଁର ୭ ଜଣ ନିକଟସ୍ଥ ଜଙ୍ଗଲକୁ ମହୁ ସଂଗ୍ରହ କରିବାକୁ ଯାଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ମହୁମାଛି ଆକ୍ରମଣରେ ୩ ଜଣ ଗୁରୁତର ହୋଇଥିଲେ। ଗ୍ରାମବାସୀ ଖବର ପାଇ ସେମାନଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ସନିଆ ଭକ୍ତା ନାମକ ଯୁବକଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିଲା। ଆଉ ୨ ଜଣ ଚିକିତ୍ସାଧୀନ ଅଛନ୍ତି।

ଅବଶିଷ୍ଟ ୪ ଜଣ ଜଙ୍ଗଲରୁ ସୁରକ୍ଷିତ ଭାବେ ଫେରି ଆସିଥିବା ସୂଚନା ମିଳିଛି। କପ୍ତିପଦା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/37nQwqD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages